ଏକାମ୍ର କଲେଜରେ ମହତାବ ସ୍ମାରକୀ ଭବନ ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ୱର: ଏକାମ୍ର କଲେଜର ୪୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହତାବଙ୍କ ପ୍ରତିମୂର୍ତ୍ତିିକୁ ଉନ୍ମୋଚିତ କରିବା ସହ ମହତାବ ସ୍ମାରକୀ ଭବନକୁ ଉଦ୍‌ଘାଟନ କରିଥିଲେ। କଲେଜର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ସମ୍ପାଦକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ମହତାବଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ କଲେଜର ‘ହରେକୃଷ୍ଣ ମହତାବ ମେମୋରିଆଲ୍‌ କ୍ଲବ୍‌’ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏହାକୁ ଅଧ୍ୟାପକ ପରୀକ୍ଷିତ ଦାଶ, ମହିର କୁମାର ରାୟ, ବିନୟ ସାମନ୍ତରାୟ, ତୁଷାର ମହାନ୍ତି ଓ ମାନସ କୁମାର ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ କଲେଜ ପ୍ରତିଷ୍ଠା ସମୟରେ ଥିବା ଶିକ୍ଷକ ଓ ଅଣଶିକ୍ଷକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର