ବିଧାନସଭା ପରିସରରେ ମହତାବ ଜୟନ୍ତୀ

ଭୁବନେଶ୍ବର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ପ୍ରଜ୍ଞାପୁରୁଷ, ନବଉତ୍କଳର ନିର୍ମାତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ଓଡ଼ିଶା ବିଧାନସଭା ପକ୍ଷରୁ ପାଳିତ ହୋଇଛି। ବିଧାନସଭାସ୍ଥିତ ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ମୁଖ୍ୟ ଅତିଥି ରୂପେ ଉପବାଚସ୍ପତି ରଜନୀକାନ୍ତ ସିଂ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଡ. ମହତାବଙ୍କର ମହନୀୟ ଅବଦାନ ପାଇଁ ଏ ଜାତି ତାଙ୍କୁ ସଦାସର୍ବଦା ମନେ ରଖିବ ବୋଲି କହିଥିଲେ।

ସେ ‘ଶତାବ୍ଦୀର ସୂର୍ଯ୍ୟ’ ଥିଲେ ବୋଲି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର