ଭୁବନେଶ୍ବର: ‘ଗାନ୍ଧୀ: ୧୫୦ ଓଡ଼ିଶା ରାଜ୍ୟ ସମିତି’ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଭାରତ ସ୍କାଉଟ୍ସ ଓ ଗାଇଡ୍ସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଆଜି ଥିଲା ଶେଷ ଦିନ। ଆଜି ଗାନ୍ଧୀଜୀଙ୍କ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ଗାନ୍ଧୀ ସ୍ମାରକ ନିଧିର ରାଷ୍ଟ୍ରୀୟ ସଂଯୋଜକ ବିଶ୍ବଜିତ, ମିହିର ପ୍ରତାପ ଦାସ, ପ୍ରଫେସର ସଂଘମିତ୍ରା ମିଶ୍ର ଓ ସଞ୍ଜୟ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରଥମ ଦିନରେ ଗାନ୍ଧୀଜୀଙ୍କ ୧୬୦ ଫଟୋଚିତ୍ର, ତାଙ୍କ ଦ୍ବାରା ବ୍ୟବହୃତ ହୋଇଥିବା ଚଷମା, ଚପଲ, କଠଉ, ଘଡ଼ି, ଚେୟାର, ଦରି, ଥାଳି, ହରିଜନ ପତ୍ରିକା ଓ ଓଡ଼ିଶାର ବିଶିଷ୍ଟ ନେତାମାନଙ୍କୁ ପଠାଯାଇଥିବା ଚିଠିପତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ବିରୁପାକ୍ଷ ତ୍ରିପାଠୀ ଓ ଗୁରୁକଲ୍ୟାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ, ପ୍ରଦର୍ଶିତ ହେଲା ଗାନ୍ଧୀଙ୍କ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2018/10/m15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)