ଡିଏସବିଏମ୍ ଅଧ୍ୟକ୍ଷଙ୍କୁ ‘ମହାତ୍ମା ହାଂସ୍‌ରାଜ୍ ପୁରସ୍କାର’

ଭୁବନେଶ୍ବର: ଦିଲ୍ଲୀର ଡିଏଭି କଲେଜ୍ ଟ୍ରଷ୍ଟ ଓ ମ୍ୟାନେଜମେଣ୍ଟ ସୋସାଇଟି ପକ୍ଷରୁ ହିମାଚଳ ପ୍ରଦେଶର ମାଣ୍ଡିଠାରେ ଗତ ୨୩ତାରିଖରେ ମହାତ୍ମା ହାଂସ୍ ରାଜଙ୍କ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ୟୁନିଟ୍-୮ ସ୍ଥିତ ଡିଏସ୍ ବିଏମ୍ ଅଧ୍ୟକ୍ଷ ଡ. ଡି.ଏନ୍ ମିଶ୍ରଙ୍କୁ ‘ମହାତ୍ମା ହାଂସ୍‌ରାଜ୍ ପୁରସ୍କାର’ରେ ସମ୍ମାନିତ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି କଲେଜ୍ ଟ୍ରଷ୍ଟ ଓ ମ୍ୟାନେଜମେଣ୍ଟ ସୋସାଇଟିର ସଭାପତି ପୁନମ୍ ସୁରୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରୀ ମିଶ୍ର ଶିକ୍ଷାଦାନର ମାନଦଣ୍ଡକୁ ଉତ୍କର୍ଷରେ ପହଞ୍ଚାଇବା ତଥା ଶିକ୍ଷାଗତ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ରଣନୀତି ପ୍ରସ୍ତୁତି କରି ଉଚ୍ଚମାନର ସଂସ୍କାର ଆଣିବାରେ ପ୍ରଚେଷ୍ଟା କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସମ୍ମାନ ପାଇଁ ଡିଏଭି କଲେଜ୍ ଟ୍ରଷ୍ଟ ଓ ମ୍ୟାନେଜମେଣ୍ଟ ସୋସାଇଟିକୁ ଶ୍ରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର