ରହଣି ପୀଠରେ ମହାତ୍ମାଙ୍କ ମହାପ୍ରୟାଣ ଦିବସ

ବାଲିଅନ୍ତା : ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ତରଫରୁ ସ୍ଥାନୀୟ ନିକୁଞ୍ଜବିହାରୀ ପୀଠ ପରିସର ଗାନ୍ଧୀପୀଠରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଗାନ୍ଧୀ ବିଚାରଧାରାରେ ଅନୁପ୍ରାଣିତ ହୋଇ ସତ୍ୟ, ଶାନ୍ତି, ଅହିଂସା‌ ଏବଂ ସେବାପଥରେ ପଥିକ ହେବା, ଆଜିର ଦିନରେ ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏନେଇ ପୀଠ ପରିସର ରାମଧୁନ୍‌ରେ ପ୍ରକମ୍ପିତ ହୋଇଉଠିଥିଲା। ପରିଷଦର କାର୍ଯ୍ୟକର୍ତ୍ତାମାନେ ପୀଠ ପରିସର ଗାନ୍ଧୀ ପ୍ରତିମୂର୍ତ୍ତି ଏବଂ ମହାତ୍ମା ସେତୁ ନିକଟରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଲୋହିଆ ଏକାଡେମି ସଂପାଦକ ଦେବପ୍ରସାଦ ରାୟ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ପାଲା ଗାୟକ ସୁରେନ୍ଦ୍ରନାଥ ଚୂଡ଼ାମଣି, ସଙ୍ଗୀତ ଗୁରୁ ବଶିଷ୍ଟ ନାୟକ, ଚିତ୍ରଶିଳ୍ପୀ ନିର୍ମଳ ନାୟକ, ବ୍ଲକ୍‌ ମହିଳା ମହାସଂଘ ସଭାନେତ୍ରୀ ସୌଦାମିନୀ ମହାନ୍ତି, ମନ୍ଦିର ପୂଜକ ଶ୍ରୀଧର ଦାଶ, ଜୟଦେବ ପ୍ରେସ୍‌ ୟୁନିୟନ୍‌ ସଭାପତି ନିରଞ୍ଜନ ସେନାପତି, ଲୁକେଶ କୁମାର ସାହୁ, ପୀତବାସ ଦାଶ, ବଟକୃଷ୍ଣ ମହାପାତ୍ର, ନୀଳମାଧବ ସାହୁ, ମନୋଜ ବେହେରା, ଦିବାକର ଷଡ଼ଙ୍ଗୀ, ବିଭୂତି ଭୂଷଣ ପ୍ରଧାନ, ସତ୍ୟନାରାୟଣ ଦାଶ ମହାପାତ୍ର, ସମାଜସେବୀ ପ୍ରଶାନ୍ତ ସାହୁ, କୃଷ୍ଣ କେଶବ ଆପଟ, ବୀଣାପାଣି ଦାଶ, ଆଇନଜୀବୀ ବିଭୂତି ଭୂଷଣ ମର୍ଦ୍ଦରାଜ ରାୟ, ବାବୁଲାଲ ଦାଶ ଏବଂ ଅନିଲ ଦଳାଇ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସମବେତ ଶ୍ରଦ୍ଧାଳୁ ଗାନ୍ଧୀଜୀଙ୍କର ନୀତି ଆଦର୍ଶ ଆଧାରିତ ସ୍ମୃତିଫଳକ ପ୍ରଦର୍ଶନ କରିଥିଲେ। ଅନୁରୂପ ଭାବେ ବାଳକାଟି ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀପୀଠରେ ତିରୋଧାନ ଦିବସ ପାଳିତ ହୋଇଯାଇଛି।

ସମ୍ବନ୍ଧିତ ଖବର