ଚନ୍ଦ୍ରଶେଖରପୁର: ରବିବାର ରାତିରେ ସାଲିଆସାହି ଖେଳ ପଡ଼ିଆରେ ମେୟର ଓ ୧୩ଜଣ କର୍ପୋରେଟର୍ଙ୍କ ମେଳି ଦେଖିବାକୁ ମିଳିଥିଲା। ‘ଏସ୍ପିଏଲ୍’ ସାଲିଆ ସାହି ପ୍ରିମିୟର୍ ଲିଗ୍ରେ ସାମିଲ ହୋଇଥିଲେ ଏମାନେ। ଏଥିରେ ମହାବୀର ୮ଷ୍ଟାର୍ କ୍ରିକେଟ୍ ଦଳ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଛି। ସେହିଭଳି ୨୫ ରନ୍ ପଛୁଆ ରହି ସନ୍ରାଇଜର୍ସ ଦଳ ରନର୍ସପ୍ ହୋଇଛି। ଏହି କ୍ରେକେଟ୍ ଖେଳ ସାଲିଆ ସାହିରେ ଗତ ୩ ରାତି ହେଲା ଚାଲିଥିଲା। ଆଜି ଏହାର ଶେଷ ସଂଧ୍ୟା ତଥା ଉଦ୍ଯାପନୀ ଉତ୍ସବରେ ଅତିଥିମାନଙ୍କ ଉପସ୍ଥିତିରେ ଫାଇନାଲ ଖେଳା ଯାଇଥିଲା। ଯେଉଁଥିରେ ୨୫ରନ୍ରେ ଆଗୁଆ ରହି ମହାବୀର ୮ଷ୍ଟାର୍ ଦଳ ବିଜୟ ହୋଇଥିଲା। ଉତ୍ସବରେ ଭୁବେନଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ୧୩ଜଣ କର୍ପୋରେଟର୍ ଅତିଥି ଭାବେ ଯୋଗଦେଇ ସାଲିଆସାହି ୟୁଥ୍ ବିକାଶ ପରିଷଦକୁ କୃତଜ୍ଞତା ଜଣାଇଥିଲେ।
ମହାବୀର ୮ଷ୍ଟାର୍’ର ବାଜିମାତ୍
‘ଏସ୍ପିଏଲ୍’ରେ ୧୩ କର୍ପୋରେଟର୍ ଓ ମେୟରଙ୍କ ମେଳି
/sambad/media/post_attachments/wp-content/uploads/2018/06/SPL-Saliasahi-Premier-League-cricket-PIx.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)