ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍‌ସିଆଲ ସର୍ଭିସେସ୍‍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନସିଆଲ ସର୍ଭିସେସ୍‍ ଲିମିଟେଡ୍‍ ଓ ‘ସମ୍ୱାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ସ୍ଥାନୀୟ ରସୁଲଗଡ଼ସ୍ଥିତ ମହିନ୍ଦ୍ରା ଆଞ୍ଚଳିକ କାର୍ଯ୍ୟାଳୟ‌ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୨୧ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ମହିନ୍ଦ୍ରା ଫାଇନାନ୍‍ସ ପକ୍ଷରୁ ଜିଆଉଦ୍ଦିନ୍‍ ଶେଖ୍‍, ପ୍ରଦୀପ ସାହୁ ଓ ପ୍ରିୟଙ୍କା ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ। ରଚିତା ଦାସ ଶିବିର ସଂଯୋଜନା କରିଥିବା ବେଳେ ଶକ୍ତି ରଞ୍ଜନ ସାହୁ, ନେହା ସାହୁ ଓ ଚଷାନନ୍ଦ ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସମସ୍ତ ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛା ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ପକ୍ଷରୁ ଶିବିରରୁ ରକ୍ତସଂଗ୍ରହ କରାଯାଇଥିଲା। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍‌ସ ଲିମିଟେଡ୍‌ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅକ୍ଟୋବର ୪ ତାରିଖରେ ଓଡ଼ିଶାର ବିଭିନ୍ନ କାର୍ଯ୍ୟାଳୟରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥାଏ। ଏ ବର୍ଷ ତାହା ୪ ତାରିଖ ପରିବର୍ତ୍ତେ ୧୮ ତାରିଖ‌ରେ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର