ଭୁବନେଶ୍ବର : ବିଏମ୍ସି ୨୯ ନମ୍ବର ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ୍ ଜୀବନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ୭ ଦିନ ପରେ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା ବାଲିଅନ୍ତା ଅଞ୍ଚଳରେ ରହୁଥିବା ଭଦ୍ରକ ତିହିଡ଼ିର ଦୁର୍ଗାମାଧବ ମହଲା ଓରଫ ପାଗୁ(୩୨)। ଏହି ମାମଲାରେ ସମ୍ପୃକ୍ତ ପାଗୁର ସହଯୋଗୀମାନେ ଫେରାର୍ ଅଛନ୍ତି। ପୂର୍ବରୁ ବିଜେପି କର୍ପୋରେଟର ଜୀବନଙ୍କ ସହ ପାଗୁ ଗୋଷ୍ଠୀର ବିବାଦ ଥିଲା। ମଝିରେ ମଝିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗତ କିଛି ଦିନ ପୂର୍ବେ କର୍ମୀମାନଙ୍କ ଦଳ ବଦଳକୁ ନେଇ ପାଗୁ ଓ ଜୀବନଙ୍କ ମଧ୍ୟରେ ଥିବା ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଗତ ୧୩ ତାରିଖ ରାତି ପାଖାପାଖି ୧୨ଟା ସମୟରେ ପାଗୁ ଓ ତା’ର ୨୦ରୁ ଅଧିକ ସହଯୋଗୀ ୧୦/୧୫ଟି ବାଇକ୍ରେ ଆସି ଜୀବନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
କର୍ପୋରେଟରଙ୍କୁ ଆକ୍ରମଣ ମାମଲା: ମୁଖ୍ୟ ଅଭିଯୁକ୍ତ ପାଗୁ ଗିରଫ
/sambad/media/post_attachments/wp-content/uploads/2022/03/arrest-22a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)