ମିସ୍‌ ଇଣ୍ଡିଆ ଇଲାଇଟ୍‌ ହେଲେ ମୈତ୍ରୀ ମୋନା

ଭୁବନେଶ୍ବର : ଓଡ଼ିଆ ଝିଅ ମୈତ୍ରୀ ମୋନାଲି ପ୍ରଧାନ ମିସ୍‌ ଇଣ୍ଡିଆ ଇଲାଇଟ୍‌ ସମ୍ମାନ ପାଇଛନ୍ତି। ନୂଆଦିଲ୍ଲୀର ରୁବାରୁ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୈତ୍ରୀ ବିଜେତା ହୋଇଛନ୍ତି। ସଂସ୍ଥା ପକ୍ଷରୁ ରବିବାର ସଂଧ୍ୟାରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ସେ ସାରା ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି।

ପୂର୍ବତନ ସେନା ଅଧିକାରୀ ଭଗବାନ ପ୍ରଧାନ ଏବଂ ପ୍ରତିଭା ପ୍ରଧାନଙ୍କ ଝିଅ ମୈତ୍ରୀ ଏବେ ୟୁନିଟ-୮, ଡିଏଭି ପବ୍ଲିକ ସ୍କୁଲର +୨ ବାଣିଜ୍ୟ ଛାତ୍ରୀ ଥିବାବେଳେ ଏହା ପୂର୍ବରୁ ସେ ୨୦୧୮ରେ ବ୍ୟାଙ୍କକ୍‌ରେ ଆୟୋଜିତ ମୋଷ୍ଟ ଟିନ୍‌ ଟ୍ୟାଲେ‌ଣ୍ଟେଡ୍‌ ଗାର୍ଲ ଅଫ୍‌ ୱାର୍ଲଡ, ବେଷ୍ଟ ଡଟର୍‌ ଅଫ୍ ଇଣ୍ଡିଆ ସମ୍ମାନ ପାଇଥିଲେ। ୨୦୧୬ରେ କିଟ୍‌ ନହ୍ନିପରୀ ଆୱାର୍ଡ ମଧ୍ୟ ପାଇଥିଲେ। ମୈତ୍ରୀ ମୋନାଲିଙ୍କ ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗରେ।

ସମ୍ବନ୍ଧିତ ଖବର