ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୨ଟି ରୋଷ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଖବର ପାଇ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରବାରେ ସକ୍ଷମ ହୋଇଛନ୍ତି।
ମିଳିିଥିବା ସୂଚନା ଅନୁଯାୟୀ, ଅନନ୍ତ ବାସଦେବ ମନ୍ଦିରର ରୋଷଘର ଗୁଡ଼ିକ ଚାଳ ଛପର ଘର। ଗତକାଲି ବିଳମ୍ବିତ ରାତିରେ ଏହି ରୋଷଘର ମଧ୍ୟରୁ ଗୋଟିକରେ ଆକସ୍ମିକ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ରୋଷ ଘରକୁ ନିଆଁ ବ୍ୟାପୀ ଯାଇଥିଲା। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନ ଥିବା ବେଳେ ପ୍ରାୟ ୨୨ଟି ରୋଷଘର ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ଅଗ୍ନିକାଣ୍ଡ, ଜଳିଗଲା ୨୨ଟି ରୋଷଘର
/sambad/media/post_attachments/wp-content/uploads/2018/08/ananta-basudev.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)