ମହାପ୍ରଭୁଙ୍କୁ ଲେପ ହେଲା ଘୃତ କମଳ, ଲାଗି ହେଲା ମକର ଚାଉଳ

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ଶୁକ୍ରବାର ଦିନ ମକର ଚାଉଳ ଲାଗି ହୋଇଛି। ଶୁକ୍ରବାର ଦିନ ଠାକୁରଙ୍କୁ ଘୃତ କମଳ ମଧ୍ୟ ଳାଗି କରାଯାଇଛି। ଠାକୁରଙ୍କୁ ଶୀତ ଅଧିକ ହେଉଥିବାରୁ ଔଷଧୀପ୍ରଦାନ ପୂର୍ବକ ଘୃତ ଓ ବିଭିନ୍ନ ଔଷଧ ଲେପନ କରାଯାଇଛି। ଏଥିପାଇଁ ଗତକାଲିଠାରୁ ମହାପ୍ରଭୁଙ୍କ ସମ୍ମୁଖରେ ଏହାକୁ ତିଆରି କରାଯାଇଥିଲା। ମକର ସଂକ୍ରାନ୍ତିରେ ଯାତ୍ରା ପୂଜାରେ ଏହାକୁ ଲାଗି କରାଯାଇଥିଲା। ସେହିପରି ଦାମୋଦରଙ୍କ ମୁଣ୍ଡ ଓ ମକର ଚାଉଳ ସାମଗ୍ରୀକୁ ମନ୍ଦିରରେ ୭ଘେରା ପରିକ୍ରମା କରାଯିବା ପରେ ମକର ଚାଉଳ ଲାଗି କରାଯାଇଥିଲା। ସ୍ଥାନୀୟ ଭୀମଟାଙ୍ଗି ଭୀମେଶ୍ୱର ମନ୍ଦିରରେ ମକର ଚାଉଳ ଲାଗି କରାଯାଇଥିଲା। ମନ୍ଦିର ବେଢ଼ାରେ ଥିବା ରାଧାକୃଷ୍ଣ ଓ ଭୀମେଶ୍ୱର ମହାଦେବଙ୍କୁ ମକର ଭୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର