ପୁରୁଣା ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଆଜି ଲାଗି ହୋଇଛି ମକର ଚାଉଳ ଓ ଘୃତ କମଳ। ଠାକୁରଙ୍କୁ ଶୀତ ଅଧିକା ହେଉଥିବାରୁ ପରମ୍ପରା ଅନୁଯାୟୀ ଘୃତ ଓ ବିଭିନ୍ନ ଔଷଧ ଲେପନ କରାଯାଇଛି। ମକର ସଂକ୍ରାନ୍ତିରେ ଏହି ସ୍ୱତନ୍ତ୍ର ଔଷଧ ଲାଗି କରାଯିବାର ପରମ୍ପରା ରହିଛି। ଦାମୋଦରଙ୍କ ମୁଣ୍ଡ ଓ ମକର ଚାଉଳ ସାମଗ୍ରୀକୁ ମନ୍ଦିରରେ ୭ଘେରା ପରିକ୍ରମା କରାଯିବା ପରେ ମକର ଚାଉଳ ଲାଗି କରାଯାଇଥିଲା।
ଅନ୍ୟପକ୍ଷରେ ସଂକ୍ରାନ୍ତି ଯୋଗୁଁ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭୋର ୬ଟାରୁ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ପୂର୍ବାହ୍ଣ ୧୦ଟାରେ ମନ୍ଦିରର ଦକ୍ଷିଣଦ୍ଵାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଧାଡ଼ିରେ ଠିଆ ହୋଇଥିଲେ। ଭିଡ଼ ଦିନ ତମାମ ଲାଗି ରହିଥିଲା। ପ୍ରାୟ ୬୦ ହଜାରରୁ ଊର୍ଧ୍ୱ ପର୍ଯ୍ୟଟକ ମନ୍ଦିରକୁ ଆସିଥିଲେ। ଅନ୍ୟପକ୍ଷରେ ଭିଡ଼ ଯୋଗୁଁ ମନ୍ଦିର ଚାରିପଟେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଶ୍ରୀଲିଙ୍ଗରାଜ ଥାନାକୁ କୌଣସ ଗାଡ଼ି ଆସିପାରି ନଥିଲା। ତେବେ ପୂର୍ବାହ୍ଣ ସାଢ଼େ ୧୦ଟା ପରେ ପୁଲିସ ଭିଡ଼ ନିୟନ୍ତ୍ରଣରେ କିଛିଟା ସଫଳ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/lingaraj-temple.jpg)