ପୁରୁଣା ଭୁବନେଶ୍ୱର: ଗୋଖିବାବା ମେଳା କମିଟି ପକ୍ଷରୁ ସୁନ୍ଦରପଦାସ୍ଥିତ ଗୋଖୀବାବାଙ୍କ ପୀଠରେ ମକର ଉତ୍ସବ ପାଳିତ ହୋଇଛି। ରାଜ୍ୟର ପ୍ରତିଷ୍ଠିତ ସଂକୀର୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇ ହରିନାମ ସଂକୀର୍ତନ କରିଥିଲେ। ସେହିପରି ଆଜିଠୁ ମକର ଉତ୍ସବ ମହାସମାରୋହରେ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ପୂବାହ୍ନରେ ଗାଦିପୂଜା, ଗାୟତ୍ରୀ ଯଜ୍ଞ, ସନ୍ଧ୍ୟାରେ ଭାଗବତ ପାଠ କରାଯାଇଥିଲା। ଆସନ୍ତା ୧୫ତାରିଖରେ ମେଳା କମିଟି ପକ୍ଷରୁ ସାମାଜିକ ନାଟକ ‘ମଙ୍ଗଳସୂତ୍ର’ ଓ ୧୬ତାରିଖରେ ‘ସୁଖ ସପନରେ ଲାଗିଲା ନିଆଁ’ ପରିବେଷଣ କରାଯିବ। ସେହିପରି ୧୭ତାରିଖଠାରୁ ଭାଗବତ ସପ୍ତାହ ଓ ପ୍ରବଚନ କାଯ୍ୟର୍ କରାଯିବ। ଆଜି ସଂକ୍ରାନ୍ତି ତିଥିରେ ଗୋଖୀବାବାଙ୍କ ସମାଧିସ୍ଥଳରେ ୫ହଜାରରୁ ଊର୍ଧ୍ୱ ନଡ଼ିଆ ଲାଗି କରାଯିବା ସହ ଶତାଧିକ ଭକ୍ତ ଯୋଗଦେଇ ପୂଜାର୍ଚନା କରିଥିଲେ। ଏଥିରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବିଜେପି ନେତା ଅମିୟ ଦାଶ, ସ୍ଥାନୀୟ କର୍ପୋରେଟର୍ ଦେବୀ ପ୍ରସାଦ ନନ୍ଦ, ମେଳା କମିଟିର ସଭାପତି ଅର୍ଜୁନ ନାୟକ, ପୂର୍ବତନ ସଭାପତି ରାମକୃଷ୍ଣ ପରିଡ଼ା, ସମ୍ପାଦକ ବିଶ୍ୱଜିତ ମଙ୍ଗରାଜ ଓ ୨୦ ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ଗୋଖୀ ବାବାଙ୍କ ପୀଠରେ ମକର ଉତ୍ସବ
/sambad/media/post_attachments/wp-content/uploads/2018/01/lingaraj-gokhi-baba-pitha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)