ଚନ୍ଦ୍ରଶେଖରପୁର: ସେମାନେ କେହି ମଧ୍ୟ ଓଡ଼ିଶାର ନୁହନ୍ତି। ନା କେହି ଅଛନ୍ତି ନିଜର। ନିଜର କହିଲେ କେବଳ ବୃଦ୍ଧାଶ୍ରମ। ମାତ୍ର ନବି ମୁମ୍ବାଇରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ନେଇ ଗଢ଼ିଉଠିଥିବା ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ ନିୟୁ ପାନ୍େଓ୍ଵଲ୍, ନବି ମୁମ୍ବାଇରେ ଥିବା କରୁଣେଶ୍ୱର ଓଲ୍ଡ଼ ଏଜ୍ କେୟାର ହାଉସ୍ର ଅନ୍ତେବାସୀଙ୍କ ସହିତ ଟ୍ରଷ୍ଟର ସଦସ୍ୟମାନେ ପୁରା ଦିନ ଅତିବାହିତ କରିଥିଲେ। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିଜର ଅନୁଭବ ଦେଇଥିଲେ। ସେମାନଙ୍କୁ ଫଳ, ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ ସହିତ ଅନେକ ସ୍ନେହ ଓ ଖୁସି ବାଣ୍ଟିଥିଲେ। ଅନ୍ତେବାସୀମାନେ ମଧ୍ୟ ବେଶ୍ ଖୁସିରେ ସମୟ ଅତିବାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟମାନେ ଯୋଗଦାନ କରିଥିଲେ।
ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ସମୟ ବିତାଇଲେ
ଉତ୍କଳ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ ନିଆରା ମକର ଉତ୍ସବ
/sambad/media/post_attachments/wp-content/uploads/2018/01/RAJ-Old-Age-Care-Home-Navi-Mumbai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)