ଭୁବନେଶ୍ବର: ମାଲାବାର ଗ୍ରୁପ୍ର କର୍ପୋରେସନ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ବିଭାଗ ପକ୍ଷରୁ ରାସ୍ତାକଡ଼ ବାସିନ୍ଦାଙ୍କ କ୍ଷୁଧା ଓ ଅପପୁଷ୍ଟି ସମସ୍ୟାକୁ ଦୂର କରିବା ଲାଗି କ୍ଷୁଧାମୁକ୍ତ ଦୁନିଆ ଅଭିଯାନ ଆରମ୍ଭ କରାଯାଇଛି। ସହିଦନଗରରେ ଥିବା ମାଲାବାର ଷ୍ଟୋର୍ରୁ ଏହି ପ୍ରକଳ୍ପକୁ ଭୁବନେଶ୍ବରରେ ଆରମ୍ଭ କରାଯାଇଛି।
ଏହି ଅବସରରେ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ବର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବରର ଡେପୁଟି ମେୟର ମଞ୍ଜୁଲତା କହଁର ଓ କର୍ପୋରେଟର ରାଜକିଶୋର ଦାସ ଯୋଗ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଭାରତର ୨୯ଟି ସ୍ଥାନରେ କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନରେ ରାସ୍ତାକଡ଼ ବାସିନ୍ଦାଙ୍କୁ ପୁଷ୍ଟିଯୁକ୍ତ ଭୋଜନ ପ୍ରଦାନ କରାଯାଉଛି। ନିୟମିତ ଖାଦ୍ୟ ପାଉଥିବା ୨୩,୨୦୦ରୁ ଅଧିକ ଲୋକଙ୍କୁ ୧,୬୦୦,୦୦୦ ଖାଦ୍ୟ ପୁଡ଼ିଆ ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/38-23.jpg)