ସହିଦ ନଗରରେ ଖୋଲିଲା ଫ୍ୟାସନ୍‌ ଷ୍ଟୁଡିଓ ‘ମମତା‌’

ଭୁବନେଶ୍ବର: ରାଜଧାନୀବାସୀଙ୍କ ପସନ୍ଦକୁ ନଜରରେ ରଖି ଆଜି ସହିଦ ନଗରରେ ନୂଆ ଫ୍ୟାସନ ଷ୍ଟୁଡିଓ ‘ମମତା’ ଖୋଲିଛି। ଏଠାରେ ଏଥ୍‌ନିକ୍ ଡ୍ରେସ୍, ଶାଢିରୁ ଆରମ୍ଭ କରି ବିଭିନ୍ନ ବର୍ଗର ପସନ୍ଦ ଅନୁଯାୟୀ ଡ୍ରେସ୍ ଉପଲବ୍ଧ ହେଉଛି। ସହିଦ ନଗରର ପ୍ଲଟ୍ ନଂ ୪୪୩-ଏରେ ଖୋଲିଥିବା ଏହି ଫ୍ୟାସନ ଷ୍ଟୁଡିଓରେ ଭାରତୀୟ ଏଥ୍‌ନିକ୍ ପୋଷାକରୁ ଆରମ୍ଭ କରି ‌ହ୍ୟାଣ୍ଡଲୁମ୍ ଟେକ୍ସଟାଇଲ୍, ସଫ୍ଟ ଏ‌େମ୍ବ୍ରାଡୋରି ଡିଜାଇନ୍‌ ଏବଂ ଗ୍ରାହକଙ୍କ ପସନ୍ଦ ମୁତାବକ ଡିଜାଇନର ଡ୍ରେସ୍ ଉପଲବ୍ଧ ହେବ ବୋଲି ଷ୍ଟୁଡିଓର ନିର୍ଦ୍ଦେଶିକା ମମତା ଦାସ କହିଛନ୍ତି। ଏଠାରେ ଉପଲବ୍ଧ ହେବାକୁ ଥିବା ଡ୍ରେସ୍ ଗ୍ରାହକଙ୍କୁ ନୂଆ ଲୁକ୍ ଦେବ ବୋଲି ଫ୍ୟାସନ୍ ଷ୍ଟୁଡିଓର ସତ୍ତ୍ବାଧିକାରୀ କାହ୍ନୁ ଚରଣ ଦାସ କହିଛନ୍ତି। ଏହି ଷ୍ଟୁଡିଓର ବ୍ରାଣ୍ଡ ଆମ୍ବାସଡର ଇନ୍ଦୁମତୀ ଦାସ ଥିବାବେଳେ ଅରିଞ୍ଜିତା ପଲ୍ ଅଗ୍ରଣୀ ମଡେଲ୍ ଅଛନ୍ତି।

ସମ୍ବନ୍ଧିତ ଖବର