ବାଲିଅନ୍ତା ବଜାର: ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଜିତିକାରସୁଅଁଲୋ ସିଙ୍ଗଡ଼ାଭୋଇସାହିର ନରେଶ କୁମାର ଦାସ (୨୧)ଙ୍କୁ ବାଲିଅନ୍ତା ଥାନା ପୁଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୨୩ ଫେବ୍ରୁଆରି ୨୪ତାରିଖରେ ଅଭିଯୁକ୍ତ ନରେଶ ଅଭିଯୋଗକାରୀଙ୍କ ନାବାଳିକା ଝିଅକୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅପହରଣ କରିଥିଲା। ଏଥିରେ ଅଭିଯୁକ୍ତର ଦାଦା ନରେନ୍ଦ୍ର ଓରଫ ମୁନ୍ନାଙ୍କ ସହାୟତାରେ ଉଭୟଙ୍କୁ ଲୁଚାଇ ରଖାଯାଇଥିଲା। ନାବାଳିକାଙ୍କୁ ହାଇଦ୍ରାବାଦ ସମେତ ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଅଭିଯୁକ୍ତ ନରେନ୍ଦ୍ର ତାଙ୍କ ସମ୍ପର୍କୀୟଙ୍କ ଘରେ ଉଭୟଙ୍କୁ ୧୭ ଦିନ ଆଶ୍ରୟ ଦେଇଥିଲେ। ପରେ ଗିରଫଦାରୀ ଭୟରେ ସେମାନେ ହାଇଦ୍ରାବାଦ ପଳାଇଥିଲେ। ଗୁପ୍ତ ସୂଚନା ପାଇ ମାର୍ଚ୍ଚ ୩୧ତାରିଖରେ ଭୁବନେଶ୍ୱର ନୟାପଲ୍ଲୀରୁ ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ସହ ୧୬୪ ସିଆରପିସି ଅନୁଯାୟୀ ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତ ନରେନ୍ଦ୍ରଙ୍କୁ ମେ ୧୧ ତାରିଖରେ ଗିରଫ କରାଯାଇଥିଲା। ହେଲେ ନରେଶ ଫେରାର୍ ଥିଲା। ତେବେ ଖବର ପାଇ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ନରେଶକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଜିତିକାରସୁଅଁଲୋ ସିଙ୍ଗଡ଼ାଭୋଇସାହିର ନରେଶ କୁମାର ଦାସ (୨୧)ଙ୍କୁ ବାଲିଅନ୍ତା ଥାନା ପୁଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୨୩ ଫେବ୍ରୁଆରି ୨୪ତାରିଖରେ
/sambad/media/media_files/2025/06/24/mbgfews-2025-06-24-06-11-58.jpg)