ଖଣ୍ଡଗିରି: ଗୋମାଂସ ରୋଷେଇ କରିବା ଅଭିଯୋଗରେ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଜଣକୁ ଅଟକ ରଖିଛି। ତା’ ନିକଟରୁ ୫କେଜି ମାଂସ ଜବତ ହୋଇଛି। ଏହି ମାଂସକୁ ପରୀକ୍ଷା ପାଇଁ ପଠାଯିବା ସହିତ ଅଭିଯୁକ୍ତକୁ ପୁଲିସ ପଚରାଉଚରା ଚଳାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟଜଣେ ବ୍ୟକ୍ତି ଫେରାର ‌ହୋଇଯାଇଛି। ହରପୁର ଗ୍ରାମରେ ଥିବା ନିର୍ମାଣାଧୀନ ଆର୍‌ବିଆଇ ଡାଟା ସେଣ୍ଟର୍‌ରେ କିଛି ଶ୍ରମିକ ଭୋଜି କରୁଥିଲେ। ମାଂସ ରୋଷେଇ କରିବା ପାଇଁ ମସଲା କଷା ସରିଥିଲା। ତେବେ ଗୋମାଂସ ରୋଷେଇ  ହେଉଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେଠାରେ ପହଞ୍ଚି ଶ୍ରମିକମାନଙ୍କୁ ପଚରାଉଚରା କରିବା ସହ ଇନ୍‌ଫୋଭ୍ୟାଲି ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣକୁ  Rରିବା ସହ ମାଂସ ଜବତ କରିଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା।