ରେଳ ଲାଇନ୍‌ରେ ଯୁବକଙ୍କ ଆତ୍ମହତ୍ୟା 

ଚନ୍ଦ୍ରଶେଖରପୁର : ଆଜି ଭୋର୍‌ ସମୟରେ ଜଣେ ଯୁବକ ମଞ୍ଚେଶ୍ୱର ରେଳ ଷ୍ଟେସନ୍‌ ନିକଟସ୍ଥ ରେଳ ଧାରଣାରେ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ନାମ ଦିଲୀପ କୁମାର ତ୍ରିପାଠୀ (୪୧)। ଘର ଖୋର୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ହରିପୁର ଶାସନ ଅଞ୍ଚଳରେ। ସେ କିଛି ଦିନ ହେବ ମଞ୍ଚେଶ୍ୱର ଷ୍ଟେସନ୍‌ ନିକଟରେ ବୁଲାବୁଲି କରୁଥିଲେ। ଗତ ରାତିରେ ସେ ମଞ୍ଚେଶ୍ୱର ଷ୍ଟେସନ୍‌ରେ ବିଶ୍ରାମ ନେଇଥିବା ବେଳେ ଭୋର୍‌ରୁ ତାଙ୍କ ମୃତ ଦେହ ରେଳଧାରଣା ଉପରେ ପଡ଼ିଥିବା ଲୋକମାନେ ଦେଖିଥିଲେ। ମଞ୍ଚେଶ୍ୱର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିରେ ପ୍ରଦୀପ ସେବା ଟ୍ରଷ୍ଟର ସଭ୍ୟମାନେ ସହାୟତା କରିଥିଲେ। ଦିଲ୍ଲୀପଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକଙ୍କୁ ପୁଲିସ ସୂଚନା ଦେଇଛି। ପାରିବାରିକ କଳହକୁ କେନ୍ଦ୍ର କରି ସେ ଏପରି ଚରମ ପଦକ୍ଷେପ ନେଇଥିବା ପୁଲିସ୍‌ ଅନୁମାନ କରୁଛି।

ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖଣ୍ଡଗିରି : ଗୁରୁବାର ସକାଳେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ରୁଚିକା ମାର୍କେଟସ୍ଥିତ ଏକ ମନ୍ଦିର ନିକଟରୁ ଜଣେ ଅପରିଚତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରାୟ ୫୦ ବର୍ଷ ବୟସର ଏହି ବ୍ୟକ୍ତି ଜଣଙ୍କ ଜଣେ ଶ୍ରମିକ ଶ୍ରେଣୀର ବୋଲି ଅନୁମାନ କରାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ହୃଦ୍‌ଘାତ ଭଳି କୌଣସି ରୋଗ ପାଇଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର