ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଖଣ୍ଡଗିରି : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣଙ୍କ ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ସୁପ୍ରିୟ ସ୍ୱାଇଁ (୩୨) ବୋଲି ସୂଚନା ମିଳିଥିଲେ ବି ପୁଲିସ ସ୍ପଷ୍ଟ କରିପାରିନାହିଁ। ମୃତକଙ୍କ ପକେଟ୍‌ରୁ ମିଳିଥିବା କିଛି କାଗଜପତ୍ରକୁ ଆଧାର କରି ସେ ସୁପ୍ରିୟ ହୋଇଥିବା ଅନୁମାନ କରାଯାଉଛି। ସମ୍ପର୍କୀୟମାନେ ମୃତଦେହ ଚିହ୍ନଟ କଲାପରେ ପ୍ରକୃତ ପରିଚୟ ଜଣାପଡ଼ିବ।

ସୁପ୍ରିୟ ରୁଚିକା ମାର୍କେଟ ପାର୍ଶ୍ୱରୁ ବରମୁଣ୍ଡା କାଳୀମନ୍ଦିର ପାର୍ଶ୍ୱକୁ ଆସୁଥିଲେ। ଚାଲି ଚାଲି ରାଜପଥ ପାର୍‌ ହେଉଥିବାବେଳେ ଖଣ୍ଡଗିରିରୁ ବାଣୀବିହାର ଦିଗରେ ଯାଉଥିବା ଏକ ଭାରୀଯାନ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ସେ ରାଜପଥ ଉପରେ ଗୁରୁତର ହୋଇ ପଡ଼ିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଦ୍ରୁତବେଗରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍‌ ସୁପ୍ରିୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତକଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ ଜାରି ରହିଥିବାରୁ ପ୍ରକୃତ ପରିଚୟ ମିଳି ନଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର