ଭୁବନେଶ୍ୱର: ରାସ୍ତା ଉପରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ  ହାଉସିଂ ବୋର୍ଡ କଲୋନି ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଧନେଶ୍ୱର ଦାଶ(୨୫ ବଷ) ଓ ସେ ହାଉସିଂ ବୋର୍ଡ କଲୋନିରେ ଏକ ଟେଣ୍ଟ ହାଉସ କରିଥିଲେ।  ଧନେଶ୍ୱରଙ୍କ ମୃତ୍ୟୁ  ଦୁର୍ଘଟଣାରେ ଘଟିଥିବା କେତେକ କହୁଥିବା ବେଳେ ଧନେଶ୍ୱରଙ୍କୁ ତାଙ୍କୁ ଟେଣ୍ଟ ହାଉସଭିତରେ ପଶି ମାଡ଼ ମରାଯାଇଥିବା ଓ ପରେ ରାସ୍ତା ଉପରେ ଫିଙ୍ଗି ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଶବ ବ୍ୟବଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର