ଝଡ଼ ତୋଫାନରେ ଗଛ ଡାଳ ପଡ଼ି ଯୁବକ ଗୁରୁତର

ଭୁବନେଶ୍ୱର: ସ୍ଥାନୀୟ ଭରତପୁର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବର୍ଷା ସମୟରେ ଜଣେ ଯୁବକଙ୍କ ଉପରେ ଗଛର ଡାଳ ପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଲେ ଭରତପୁର ସେକ୍ଟର-୨୯ ଅଞ୍ଚଳର କାହ୍ନା ବିଶୋଇ (୨୫)। ସେ ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି।

ସୂଚନା ଅନୁସାରେ ପାଣିପାଇପ କାମ କରୁଥିବା କାହ୍ନା ଗୁରୁବାର ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ପ୍ରବଳ ଝଡ ହେବା ଆରମ୍ଭ ହୋଇଯାଇଥିଲା। ଘର ନିକଟରେ ହିଁ ତାଙ୍କ ଆଖିରେ ଧୂଳି ପଡି ଯାଇଥିଲା ଓ ଆଖି ବନ୍ଦ ହୋଇଯାଇଥିଲା। ତାଙ୍କ ଆଖି ବୁଜି ହୋଇଯାଇଥିବା ସମୟରେ ତାଙ୍କ ଉପରେ ଗଛ ଡାଳ ପଡିଯାଇଥିଲ। ତାପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ପ୍ରଥମେ ପାଖରେ ଥିବା ମନ୍ଦିରକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ) ନେଇ ଯାଇଥିଲେ। ଚିକିତ୍ସା ପରେ କାହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ସମ୍ବନ୍ଧିତ ଖବର