ଭୁବନେଶ୍ବର : ଗତ ୧୬ ତାରିଖ ରାତି ପ୍ରାୟ ୧୨ଟା ସମୟରେ ବଳରାମପୁର ଗ୍ରାମ, ରାଜକନିକା ଥାନା ଓ କେନ୍ଦ୍ରାପଡ଼ା ଜିଲ୍ଲାର ସଂଗ୍ରାମ ନାୟକ (ଧୁନ) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ଅଚେତ୍ ଅବସ୍ଥାରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କର ମୁଣ୍ଡରେ ଏକ ବଡ଼ ଆଘାତ ଲାଗିଛି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନତି ଆସିପାରିନାହିଁ ।

Advertisment

ଡ଼ାକ୍ତରଙ୍କ କହିବା ଅନୁଯାୟୀ ଚିକିତ୍ସା ପାଇଁ ଅନ୍ୟୁନ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ପ୍ରକାଶଥାଉକି ଶ୍ରୀନାୟକ ଓଳାଭର ଅଞ୍ଚଳର ଜଣେ ଯୁବ ସମାଜସେବୀ ଓ ବହୁଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହାୟତାର ହାତ ବଢ଼ାଇଥାନ୍ତି। ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଓ ତାଙ୍କ ପରିବାର ତାଙ୍କ ଉପରେ ନିର୍ଭରଶୀଳ। ତାଙ୍କର ଏହି ଦୁର୍ଦ୍ଦିନରେ ଜନସାଧାରଣ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରିବାକୁ ପିତା ରଘୁନାଥ ନାୟକ ଆକୁଳ ଅନୁରୋଧ କରିଛନ୍ତି। ଆପଣମାନଙ୍କ ଛୋଟ ଛୋଟ ଅବଦାନ ବଳରେ ତାଙ୍କ ପୁଅର ଜୀବନ ଫେରିଆସୁ ବୋଲି ସେ ନିବେଦନ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତେବେ ରଘୁନାଥ ନାୟକ, କାନାରା ବ୍ୟାଙ୍କ ଆକାଉଣ୍ଟ ନଂ. ୬୨୯୩୧୦୧୦୦୦୮୫୯, ଆଇଏଫଏସସି : CNRB0006293ରେ ଅନୁଦାନ ପଠାଇ ପାରିବେ । ଯୋଗାଯୋଗ : ୭୮୭୩୦୨୧୪୬୦ ।