ଭୁବନେଶ୍ୱର: ଗୁଳିମାଡ଼ରେ ଯୁବକ ଗୁରୁତର

 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗୁଳି ଫୁଟିଛି। ଏହି ଗୁଳିକାଣ୍ଡରେ ପାତ୍ରପଡ଼ା ଗ୍ରାମର ଟୁକୁ ପାଟ୍ଟଶାଣୀ(୪୫ ବର୍ଷ) ନାମକ ଜାଣ ଯୁବକ ଆହତ ହୋଇଛନ୍ତି। ଶ୍ରୀ ପାଟ୍ଟଶାଣୀଙ୍କ ଜଙ୍ଘରେ ୨ଟି ଗୁଳି ବାଜିଥିବା ବେଳେ ତାଙ୍କୁ  ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଛିି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଗୁଳି କାଣ୍ଡର କାରଣ  ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ କିମ୍ବା ଏ ସମ୍ପର୍କରେ ଆହତ ଶ୍ରୀ ପାଟ୍ଟାଶାଣୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ତେବେ ପାରିପାର୍ଶ୍ୱିିକ ଅବସ୍ଥାରୁ ଡକାୟତି ପାଇଁ  ଏହି ଗୁଳିକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର