ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଗୁଳିମାଡ଼ରେ ପଡ଼ୋଶୀ ଆହତ

ଭୁବନେଶ୍ବର : ରାଜଧାନୀର ଖଣ୍ଡଗିରିଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ସୋମବାର ରାତିରେ ଏକ ଗୁଳିକାଣ୍ଡ ହୋଇଛି । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଗୁଳିମାଡ଼ରେ ତାଙ୍କ ପଡ଼ୋଶୀ ଆହତ ହୋଇଥିବା ଜଣାଯାଇଛି । ବିବାଦର କାରଣ ଜଣାପଡ଼ିନାହିଁ ।  ଆହତ କୁଞ୍ଜ ବିହାରୀ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର