ଧଉଳି: ସ୍ଥାନୀୟ ନୂଆଗାଁସ୍ଥିତ ଏକ ଘରୋଇ ହଷ୍ଟେଲରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଶଶିଭୂଷଣ ବୋଲି ପୁଲିସ କହିଛି। ହେଲେ ତାଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରି ନାହିଁ। ଝରକା ବାଟେ ଶଶିଭୂଷଣ ଫ୍ୟାନରେ ଝୁଲୁଥିବା ଦେଖି ହଷ୍ଟେଲ ମାଲିକ ଧଉଳି ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ପୁଲିସ ସାଇଣ୍ଟିଫିକ ଟିମକୁ ଯୋଗାଯୋଗ କରିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ସାଇଣ୍ଟିଫିକ ଟିମ ପହଞ୍ଚିନଥିବାରୁ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ପୁଲିସ କହିଛି।

Advertisment

ଅଭିଯୋଗ ଅନୁସାରେ ଶଶିଭୂଷଣ କିଛିଦିନ ହେଲା ଚାକିରି ଅନ୍ବେଷଣରେ ଭୁବନେଶ୍ବର ଆସି ହଷ୍ଟେଲରେ ରହୁଥିଲେ। ଆଜି ଅପରାହ୍ନ ୩ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖି ଅନ୍ୟ ପିଲାମାନେ ହଷ୍ଟେଲ ମାଲିକଙ୍କୁ ଜଣାଇଥିଲେ। ଆସନ୍ତାକାଲି ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ତଦନ୍ତ କରାଯିବ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।