ଭୁବନେଶ୍ବର: ‘ଆଦିତ୍ୟ ମ୍ୟୁଜିକ୍’ ପ୍ରାୟୋଜିତ ଆଧୁନିକ ଓଡ଼ିଆ ଅଡିଓ ସିଡି ‘ମନ ଗାଲିଚା’ ଗୁରୁବାର ଗୀତଗୋବିନ୍ଦ ପରିସରରେ ଆୟୋଜିତ ଏକ ସମାରୋହରେ ଲୋକାର୍ପିତ ହୋଇଯାଇଛି। ମମତାରାଣୀ ନାଏକ ସିଡିରେ ସ୍ଥାନିତ ସମସ୍ତ ଗୀତ ରଚନା କରିଥିବା ବେଳେ ପ୍ରଶାସକ ତଥା କଣ୍ଠଶିଳ୍ପୀ ପ୍ରଣବଜ୍ୟୋତି ନାଥ ଓ ନନ୍ଦିନୀ ମହାନ୍ତି ଏଥିରେ ଗୀତ ଗାଇଛନ୍ତି। ସଙ୍ଗୀତ ନିଦ୍ଦେର୍ଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପାଲିତ। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥାଗତ ସତପଥୀ, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, କଣ୍ଠଶିଳ୍ପୀ ବିଭୁକିଶୋର, କଣ୍ଠଶିଳ୍ପୀ ମିତାଲି ଚିନାରା, ସରୋଜ ତ୍ରିପାଠୀ ଓ ସତ୍ୟବ୍ରତ ମୀନକେତନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସିଡି ଉନ୍ମୋଚନ କରିଥିଲେ। କୋଇଲିର କୁହୁ କୁହୁ..., ସାଗର ତୁମ ଲହରୀ..., ଫଗୁଣର ସେଇ..., ଜହ୍ନ ଗୋ ତୁମେ..., ମୋ ମନ ମନ୍ଦିରେ... ଓ ଏ ମୋର ମାନସୀ... ଆଦି ଗୀତ ୬ଟି ଗୀତ ଏହି ସିଡିରେ ସ୍ଥାନ ପାଇଛି। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
‘ମନ ଗାଲିଚା’ ଲୋକାର୍ପିତ
/sambad/media/post_attachments/wp-content/uploads/2019/06/Untitled-18-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)