ଭୁବନେଶ୍ୱର: ପ୍ରୋବାଓଟିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୀତାକାନ୍ତ ଦାଶଙ୍କୁ ରୋଟାରି କ୍ଲବ ପକ୍ଷରୁ ‘ମାନବପ୍ରେମୀ’ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ଦାଶ ଜଣେ ଉଦ୍ୟୋଗୀ ତଥା ଉଦ୍ଭାବକ ଯିଏକି ତାଙ୍କର କାର୍ଯ୍ୟ ମାଧ୍ୟମରେ ୧୦୦ ବିଲିୟନ ଡଲାରର ପ୍ରୋବାଓଟିକ ଶିଳ୍ପ ଗଠନ କରିଛନ୍ତି।
ତାଙ୍କୁ ଆର୍କ କ୍ଲଂଫ ସୋସାଇଟିର ସଦସ୍ୟତା ସହିତ ଆମେରିକାର ମିନେସୋଟା ରୋଟାରି କ୍ଲବ ଦ୍ୱାରା ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରି କ୍ଲବ,ଏଡିନା ସଭାପତି ସେଲି ଲୋବର୍ଗ, ଇଣ୍ଡିଆନ ଆସୋସିଏସନ ଅଫ ମିନେସୋଟାର ସଭାପତି ତାନ୍ୱିପ୍ରିଜ, ନେସୋଟା କନକର୍ଡିଆ ବିଶ୍ବବିଦ୍ୟାଳୟର ଆସୋସିଏଟ ଉପାଧ୍ୟକ୍ଷ ଡ. ବ୍ରୁସ କୋରି, ମିନେସୋଟା ବ୍ଲୁକ୍ରସ ବ୍ଲୁ ବିଲଡର ମୁଖ୍ୟ ନାଶ ଶେଖ୍ ପ୍ରମୁଖ ଯୋଗଦେଇଥିଲେ।