ଭୁବନେଶ୍ବର: ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ଅନୁକୂଲ୍ୟରେ ଏସିବିଏସ୍ପି ଯୁକ୍ତରାଷ୍ଟ୍ର ଆମେରିକା, ଲୋଭାଚେସ୍କି ବିଶ୍ୱବିଦ୍ୟାଳୟ ରୁଷ ଓ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ସମ୍ବଲପୁରର ସହଯୋଗିତାରେ ‘ସ୍ଥିତି ସ୍ଥାପକତା ଓ ଗନ୍ତବ୍ୟ ଅନୁଶୀଳନ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଅଷ୍ଟମ ଅନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ ଅନୁଷ୍ଠିତ ହୋଇଛି। ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରିଥିଲେ।
କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସେବା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଡ. ଡି. ପି ଅଗ୍ରୱାଲ, କେପିଏମ୍ଜି ବୋର୍ଡ ସଦସ୍ୟ ରିଚାର୍ଡ ଉପସ୍ଥିତ ଥିଲେ। ମହାଧିବେଶନର ଦ୍ୱିତୀୟ ଦିନରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ନାଲ୍କୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧେଶ୍ୟାମ ମହାପାତ୍ର, ଟିପିସିଓଡିଏଲ୍ର ମାନବ ସମ୍ବଳ ମୁଖ୍ୟ ଭାରତ ଛାବ୍ରା ଓ ହିତୈଶୀ କନ୍ସଲଟିଙ୍ଗର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଦାସ, ଏସିବିଏସ୍ପି ଆୟୁକ୍ତ ରାଜେଶ ଖଜୁରିୟା, ଓରିକ୍ଲିନ୍ ପରିଚାଳନା ନିର୍ଦ୍ଦେଶକ ବି.ସି ମହାନ୍ତି, କ୍ୟାମେଡ ବି-ସ୍କୁଲ, କାମ୍ବୋଡିଆର ଉପାଧ୍ୟକ୍ଷ ଶୋକ ଉତ୍ତରା ଓ ଇଷ୍ଟ ୱେଷ୍ଟ ୟୁନିଭର୍ସିଟି, ବାଂଲାଦେଶର ପ୍ରଫେସର ଅବୁଲ ଅଜାମ ପ୍ରମୁଖ ଉପସ୍ଥିତ ଥିଲେ।