ମାନସ ଓ ଭକ୍ତିଙ୍କୁ ମିଷ୍ଟର ଓ ମିସ୍ ଉତ୍କଳ ଟାଇଟଲ୍‌

ଭୁବନେଶ୍ୱର: ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଅନୁଷ୍ଠିତ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ର ଦ୍ୱିତୀୟ ସଂସ୍କରଣ ଫ୍ୟାସନ ସୋ’ ଅଡିସନ୍‌ରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୬୨ ଜଣଙ୍କୁ ଏଥିରେ ଚୟନ କରାଯାଇଥିଲା। ପୁରୁଷ, ମହିଳା ଓ କିନ୍ନର ବର୍ଗରେ ୧୪ ଜଣ ଲେଖାଏଁ, ଜୁନିୟରରେ ୨୦ ଜଣ ଚୟନ ହୋଇଥିଲେ। ମାନସ କୁମାର ଭଞ୍ଜଦେଓ ମିଷ୍ଟର ଉତ୍କଳ ଓ ଭକ୍ତି ପଟ୍ଟନାୟକ ମିସ୍ ଉତ୍କଳ ଟାଇଟଲ୍‌ ବିଜେତା ହୋଇଥିବା ବେଳେ ଅଭିଷେକ ମହାପାତ୍ର ଓ ପ୍ରିୟା ମହାପାତ୍ରଙ୍କୁ ରନର୍ସ-ଅପ୍‌ ଘୋଷଣା କରାଯାଇଥିଲା।

ଶିଶୁ ଶ୍ରେଣୀରେ ସାନ୍‌ଭି ସନୟା ଓ ପ୍ରେମ୍‌ ପ୍ରସାଦ ବିଜୟୀ ହୋଇଥିବା ବେଳେ ରୋଷନି ନାୟକ ଓ ୟଶରାଜ ରନର୍ସ ଟାଇଟଲ୍‌ ହାସଲ କରିଥିଲେ। ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଫ୍ୟାସନ ଡିଜାଇନର ରାମୁଲି, ଫ୍ୟାସନ କୋରିଓଗ୍ରାଫର ଜନ୍ ଅଜୟ, ଅଭିନେତ୍ରୀ ଶୀତଲ ପାତ୍ର, ପ୍ରକୃତି ମିଶ୍ର, ସ୍ମୃତିଶ୍ବେତା ଦାସ, ପୂର୍ଣ୍ଣିମ ପାଠକ, ଉପସ୍ଥାପିକା ତଥା ମିସ୍ ୟୁନିଭର୍ସ-୨୦୧୯ର ମୁନ୍‌ମୁନ୍‌, ଅଖିଲ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତା ଦେବାଶିଷ ପାତ୍ର, ତପି ମିଶ୍ର, ଅଭିନେତ୍ରୀ ଜାଗୃତି ରଥ, ସମାଜସେବୀ ଲିଙ୍କନ ସୁବୁଦ୍ଧି, ମୀରା ପରିଡ଼ା, ମେଘନା ସାହୁ, ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ, ପୂର୍ବତନ ଫ୍ୟାସନ ମଡେଲ ସୁଦୀପ୍ତା ପାରିଖ, ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌଶିକ ଦାସ, ଚିଦାତ୍ମିକା ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଜେତାମାନଙ୍କୁ ମଲ୍‌ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ଅମିତ୍‌ ବୈଦ, ଚେୟାରମ୍ୟାନ ସୁବାସ ଭୁରା, ପ୍ରମୁଖ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର