ମାନସ ଜେନା ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ଦାୟିତ୍ୱ ନେଲେ

ଭୁବନେଶ୍ୱର : ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ମାନସ ରଞ୍ଜନ ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଜେନା ଏବେ ବିଭୂତି କାନୁନ୍‌ଗୋ ଚାରୁକଳା ମହାବିଦ୍ୟାଳୟର ଚିତ୍ରକଳା ବିଭାଗର ଇନ୍‌ଷ୍ଟ୍ରକଟର୍‌ ଭାବେ କାର୍ଯ୍ୟରତ ଅଛନ୍ତି। ଏଣିକି ସମ୍ପୃକ୍ତ କଲେଜର ଅଧ୍ୟାପନା କାର୍ଯ୍ୟ ସହ ଏକାଡେମିର ସଚିବ ଭାବେ କାର୍ଯ୍ୟଭାର ତୁଲାଇବେ।

ଚିତ୍ରକଳା ତଥା ଶିଳ୍ପୀମାନଙ୍କ ଉନ୍ନତି ଲାଗି ଶ୍ରୀ ଜେନା କାର୍ଯ୍ୟ କରୁଛନ୍ତି। ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ତଥା ସମ୍ମାନିତ ମଧ୍ୟ ହୋଇଛନ୍ତି। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଦୁଇଥର ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଆଜି ସେ ଦାୟିତ୍ୱ ଗ୍ରହଣ କରିବା ପରେ ଏକାଡେମି ସଭାପତି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଅନେକ ଚିତ୍ରଶିଳ୍ପୀ ଓ ଏକାଡେମିର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏକାଡେମିର ଦାୟିତ୍ୱ ପାଇଥିବାରୁ ସଂସ୍କୃତି ବିଭାଗ ନିର୍ଦେଶକ, କମିସନର, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଜେନା କୃତଜ୍ଞତା ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର