‘ଦି ଗାନ୍ଧୀ’ରେ ମାନସ ଜେନାଙ୍କ ଲାଇଭ୍‌ ପେଣ୍ଟିଂ

ଭୁବନେଶ୍ୱର : ସୁଭଦ୍ରା ଆର୍ଟ ଗ୍ୟାଲେରିରେ ଆୟୋଜିତ ମିଳିତ ଚିତ୍ରକଳା ପ୍ରଦର୍ଶନୀ ‘ଦି ଗାନ୍ଧୀ’ ୬ଷ୍ଠ ଦିନରେ ପହଞ୍ଚିଛି। ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ଇଂ ବିମଲ ଦାସ, ଜେକେ ମହାନ୍ତି ଏବଂ ଓଆଇସି ଗ୍ୟାଲେରିର ମୁଖ୍ୟ ଧୀରେନ୍‌ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା ଗ୍ୟାଲେରି ପରିସରରେ ମହାତ୍ମା ଗାନ୍ଧୀଙ୍କ ଲାଇଭ୍‌ ପେଣ୍ଟିଂ ପ୍ରଦର୍ଶନ କରିଥିଳେ। ଗ୍ୟାଲେରିରର ଅଧ୍ୟକ୍ଷ ଇଂ ସୂର୍ଯ୍ୟ ରଥଙ୍କ ସମେତ ଚିତ୍ରଶିଳ୍ପୀ ରାମହରି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମାନସ ଜେନା ଏବଂ ରବିନାରାୟଣ ରଥଙ୍କୁ ସମ୍ମାନିତ କରାଯାଇଥିଲା। ଗ୍ୟାଲେରି ନିର୍ଦେଶକ ଅଶୋକ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର