ଭୁବନେଶ୍ବର: ବହୁଚର୍ଚ୍ଚିତ ଭୁବନେଶ୍ୱର ଝାରପଡ଼ା ଜେଲରେ ୱାର୍ଡର ମାନସ ରଂଜନ ନାୟକ ହାତ୍ୟାକାଣ୍ଡ ମାମଲା ନେଇ ଏଡିଜେ ସେସନ ଜଜ ୪ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତିI କୋର୍ଟ ଏହି ମାମଲାରେ ୬ଜଣଙ୍କୁ ଖଲାସ କରିଛନ୍ତିI ସେମାନେ ହେଲେ ବିକ୍ରମ ମଲ୍ଲିକ, ମିହିରକାନ୍ତ ତ୍ରିପାଠୀ, ଶିବରାମ ସାହୁ, ଏମ. ଏଙ୍କେଟ ରାଓ ଦୋରା, କାହ୍ନୁ ଚରଣ ମିଶ୍ର ଓ ଦେବାଶିଷ ଭୋଇ I 

Advertisment

ସୂଚନାଯୋଗ୍ୟ, ୱାର୍ଡର ମାନସ ରଂଜନ ନାୟକଙ୍କୁ ଜେଲରେ ୨୦୦୯ ସେପ୍ଟେମ୍ବର ୧ ତାରିଖ ଦିନ ସନ୍ଧ୍ୟା ୭ଟାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୋଟ ୮ ଜଣଙ୍କର ସଂପୃକ୍ତି ଥିଲା। ଜେଲ୍‌ ଭିତରେ ୨ଜଣକର ମୃତ୍ୟୁ ହୋଇଥିଲାI କୋର୍ଟ ୩୬ ଜଣ ସାକ୍ଷୀ, ୭୨ ଡକ୍ୟୁମେଣ୍ଟ ଆଧାରରେ ରାୟ ଶୁଣାଇଛନ୍ତି।