ଚନ୍ଦ୍ରଶେଖରପୁର : ମଣିପୁରର ଶିକ୍ଷା ତଥା ଶ୍ରମ ଓ ନିୟୋଜନ ମନ୍ତ୍ରୀ ଥୋକଚାମ୍ ରାଧେଶ୍ୟାମ ସିଂହ ଆଜି ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍)ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣିପୁରରେ ଉଚ୍ଚତର ଗବେଷଣା ଓ ଦକ୍ଷତା ବିକାଶ ନିମନ୍ତେ ଆଇଏଲ୍ଏସ୍ର ସହାୟତା ଲୋଡ଼ିଛନ୍ତି ଶ୍ରୀ ସିଂହ। କର୍କଟ, ବିଭିନ୍ନ ପ୍ରକାର ସଂକ୍ରମଣ ରୋଗ କ୍ଷେତ୍ରରେ ଆଇଏଲ୍ଏସ୍ରେ କରାଯାଉଥିବା ଉଚ୍ଚତର ଗବେଷଣା ମଣିପୁରର ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ସହାୟକ ହେବ। ଉଭୟ ଓଡ଼ିଶା ଏବଂ ମଣିପୁରର ଜନଜାତିଙ୍କର ବିକାଶ ନିମନ୍ତେ ଉଚ୍ଚତର ଗବେଷଣାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ଏଠାରେ ଆଇଏଲ୍ଏସ୍-ଆଇବିଏସ୍ଡି କେନ୍ଦ୍ର ଶୀଘ୍ର ସ୍ଥାପନା ନେଇ ଆଶା ପ୍ରକଟ କରିଥିଲେ ଶ୍ରୀ ସିଂହ। ଆଇଏଲ୍ଏସ୍ର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା ଆଇଏଲ୍ଏସ୍ ଓ ଆଇବିଏସ୍ଡି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହେଉଥିବା ସହଭାଗୀତା ଓ ଗବେଷଣା ସଂପର୍କରେ ସୂଚନା ଦେଇଥିଲେ। ଆଇବିଏସଡିର ନିର୍ଦ୍ଦେଶକ ଡ. ଦୀନବନ୍ଧୁ ସାହୁ ମଣିପୁରର ବିକାଶରେ ଆଇଏଲ୍ଏସ୍ର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଥିଲେ।
ମଣିପୁର ଶିକ୍ଷାମନ୍ତ୍ରୀଙ୍କ କିସ୍ ପରିଦର୍ଶନ
ଚନ୍ଦ୍ରଶେଖରପୁର : ମଣିପୁରର ଶିକ୍ଷା ତଥା ଶ୍ରମ ଓ ନିୟୋଜନ ମନ୍ତ୍ରୀ ଥୋକଚାମ୍ ରାଧେଶ୍ୟାମ ସିଂହ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହ କିସ୍ର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ବିଶ୍ୱରେ ଭାରତକୁ ଏକ ନମ୍ବର ରାଷ୍ଟ୍ର ଭାବରେ ଗଢ଼ିତୋଳିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର.ଏନ୍ ଦାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ଓ ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ILS-2.jpg)