ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ(ଆଇସିସିଆର୍) ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ‘ହରାଇଜନ୍ ସିରିଜ୍’ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ମନୀଷା ମନସ୍ୱିନୀ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସରସ୍ୱତୀ ବନ୍ଦନାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପରେ ପରେ ପରିବେଷିତ ହେଲା ରାଗ ହଂସ ଧ୍ୱନି ଆଧାରିତ ଶୁଦ୍ଧ ନୃତ୍ୟ ପଲ୍ଲବୀ। ଏହା ପରେ ରାଧାକୃଷ୍ଣଙ୍କ ପ୍ରେମକୁ ନେଇ ‘ଲାଜରେ ସରିଗଲି ଆଜ’ ଗୀତରେ ଅଭିନୟ କରିଥିଲେ ମନୀଷା। ସରସ୍ୱତୀ ବନ୍ଦନାରୁ ଆରମ୍ଭ ହେଇଥିବା ଏହି ସାଂସ୍କୃତିକ ସନ୍ଧ୍ୟା ଭଗବାନ ଶିବଙ୍କ ଆରାଧନା ‘ଭୋ ଶମ୍ଭୋ’ରେ ଶେଷ ହୋଇଥିଲା। ମର୍ଦଳରେ ଗୁରୁ ବିଜୟ କୁମାର ବାରିକ, ଭୋକାଲରେ ହରପ୍ରିୟା, ମାତୃପ୍ରସାଦ, ବେହେଲାରେ ରମେଶ ଚନ୍ଦ୍ର ଦାଶ, ବଂଶୀରେ ଅଭିରାମ ନନ୍ଦ, ସିତାରରେ ଜୀବନ, ମଞ୍ଜିରାରେ ଦିବାକର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା, ବିଶିଷ୍ଟ କଥାକାର ଗୌରହରି ଦାସ, ମର୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଆଞ୍ଚଳିକ ଅଧିକାରୀ ବଲବୀର ସିଂହ ନେଗି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ।
ମନୀଷାଙ୍କ ଏକକ ଓଡ଼ିଶୀ ନୃତ୍ୟ
ଆଇସିସିଆର୍ ପକ୍ଷରୁ ‘ହରାଇଜନ୍ ସିରିଜ୍’
/sambad/media/post_attachments/wp-content/uploads/2018/08/m13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)