‘ସମ୍ବାଦ’ପକ୍ଷରୁ ମୁରୁଜ ପ୍ରତିଯୋଗିତା: ବାଜି ମାରିଲେ ମଞ୍ଜୁଲତା

ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିଲା ମେଧାବୃତ୍ତି

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ‘ସମ୍ବାଦ’ ପକ୍ଷରୁ ବିତରକ ଭାଇମାନଙ୍କ ପତ୍ନୀଙ୍କ ମଧ୍ୟରେ ମୁରୁଜ ପ୍ରତିଯୋଗିତା ସ୍ଥାନୀୟ ବିଜେବି ଇଂଲିସ୍‌ ମିଡିୟମ୍‌ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅପରାହ୍ଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୮୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମୁରୁଜ ପ୍ରତିଯୋଗିତାରେ ବିତରକ ବନ୍ଧୁ ଅରୁଣ ଦେଙ୍କ ପତ୍ନୀ ମଞ୍ଜୁଲତା ଦେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ଅଶୋକ ପାଣ୍ଡବଙ୍କ ପତ୍ନୀ ଅର୍ପିତା ପାଣ୍ଡବଙ୍କୁ ୨ୟ ପୁରସ୍କାର ଓ ପ୍ରଦୀପ ସାହୁଙ୍କ ପତ୍ନୀ ମୋନାଲିସା ସାହୁଙ୍କୁ ୩ୟ ପୁରସ୍କାର ମିଳିଛି । ସେହିଭଳି ସଞ୍ଜୀବ ବାରିକଙ୍କ ପତ୍ନୀ ଝୁମି ବାରିକ ଓ ରମେଶ ସାହୁଙ୍କ ପତ୍ନୀ ରୁକ୍ମିଣୀ ସାହୁଙ୍କୁ ସ୍ୱାନ୍ତନାମୂଳକ ପୁରସ୍କାର ଦିଆଯାଇଥିଲା।

ଏହି ଅବସରରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ‘ସମ୍ବାଦ’ ବିତରକଙ୍କ ପିଲାମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ‘ସମ୍ବାଦ’ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ’ର ସଂପାଦକ (ଫିଚର) ଡ. ଗୌରହରି ଦାସ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ‘ସମ୍ବାଦ’ ମହାନଗର ସଂସ୍କରଣ ମୁଖ୍ୟ ଗୌତମବୁଦ୍ଧ ଦାସ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର