ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମକର ଉତ୍ସବ : ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଆଜି ମକର ଉତ୍ସବ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ପାଖରେ ମକର ଚାଉଳ ଲାଗି ହେବା ସହ ଘୃତ କମଳ ଲେପନ ନୀତି ସଂପନ୍ନ ହୋଇଥିଲା। ଠାକୁରଙ୍କୁ ଶୀତ ଅଧିକା ହେଉଥିବାରୁ ପରମ୍ପରା ଅନୁଯାୟୀ ଘୃତ ଓ ବିଭିନ୍ନ ଔଷଧ ଲେପନ କରାଯାଇଥିଲା। ସେହିପରି ଦାମୋଦରଙ୍କ ମୂର୍ତି ଓ ମକର ଚାଉଳ ସାମଗ୍ରୀକୁ ମନ୍ଦିରରେ ୭ଘେରା ପରିକ୍ରମା କରାଯିବା ପରେ ମକର ଚାଉଳ ଲାଗି କରାଯାଇଥିଲା। ଆଜି ସଂକ୍ରାନ୍ତି ଉପଲକ୍ଷେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା ଭୋର ପ୍ରାୟ ୬ଟାରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ପହଞ୍ଚିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରଦ୍ଧାଳୁଙ୍କ ଧାଡ଼ି ଦକ୍ଷିଣଦ୍ୱାର ପର୍ଯ୍ୟନ୍ତ ଲମ୍ୱି ଯାଇଥିଲା। ଏହି ଭିଡ଼ ଦିନ ତମାମ ଲାଗି ରହିଥିଲା। ପ୍ରାୟ ୫୦ ହଜାରରୁ ଅଧିକ ଲୋକ ମନ୍ଦିରକୁ ଆସିଥିଲେ।

ସମ୍ବନ୍ଧିତ ଖବର