ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମା‌େରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ଶ୍ରୀ ସାମଲଙ୍କୁ ସ୍ୱାଗତ ପାଇଁ ଭୁବନେଶ୍ବରରେ ବିଜେପି ବିଶାଳ ରାଲିର ଆୟୋଜନ କରିଥିଲା। ସ୍ବାଗତ ସମ୍ବର୍ଦ୍ଧନା ପୂର୍ବରୁ ଶହ ଶହ କର୍ମୀ ଓ ନେତୃମଣ୍ଡଳୀ ରାମ ମନ୍ଦିର ଛକରେ ଏକତ୍ରିତ ହେଇଥିଲେ। ପୂର୍ବରୁ ଭଦ୍ରକରୁ ଆସିବା ବାଟରେ ପାଣିକୋଇଲି, କଟକ ଓ ଅନ୍ୟସ୍ଥାନରେ ତାଙ୍କୁ ଦଳୀୟ କର୍ମୀମାନେ ବିପୁଳ ସ୍ବାଗତ ଜଣାଇଥିଲେ।

Advertisment

publive-image Photo: Bibhuti Sahoo

ଭଦ୍ରକରୁ କଟକରେ ପହଞ୍ଚିଲା ପରେ ଶ୍ରୀ ସାମଲ କହିଥିଲେ ବିଜେପି ବିକଳ୍ପ ସରକାର କରିବ। ଲୋକେ ଏହା ମନରେ ସ୍ଥିର କରି ସାରିଛନ୍ତି। ସାଧାରଣ ଲୋକେ ନିର୍ବାଚନ ଲଢ଼ି।, ଆମେ ସେମାନଙ୍କ ସହିତ ରହିବୁ। ଏଥର ଐତିହାସିକ ନିର୍ବାଚନ ହେବ ଏବଂ ସାଢ଼େ ୪ କୋଟି ଲୋକ ଲଢ଼ିବେ। ସେ କହିଛନ୍ତି- ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଭୋଟ୍‌ ମିଳିବ। କେନ୍ଦ୍ରର ସଫଳତା ଉପରେ ଲୋକେ ଏଥର ଭୋଟ୍‌ ଦେବେ। ୯୧% ଲୋକ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଚାହାଁନ୍ତି। ବିଜେପି ସରକାର ଆସିଲେ ନବ ଦାସ ହତ୍ୟାର ପର୍ଦ୍ଦାଫାସ ହେବ ବୋଲି କହିଥିଲେ। 

ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

publive-image