ଭୁବନେଶ୍ବର: ନ୍ୟାସ୍ନାଲ୍ କଲ୍ଚରାଲ୍ ମିସନ୍ ପକ୍ଷରୁ ଆୟୋଜିତ ପୂଜ୍ୟପୂଜା ଓ ନୃତ୍ୟ କାର୍ଯ୍ୟକ୍ରମର ୫ଦିନିଆ ଉତ୍ସବ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍ଯାପିତ ହୋଇଛି। ଭଂଜ କଳାମଣ୍ଡପରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଗୁରୁ ମନୋରଂଜନ ପ୍ରଧାନଙ୍କୁ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମ୍ମାନ ଏବଂ ଗୁରୁ ମିନତି ପ୍ରଧାନଙ୍କୁ ପଦ୍ମାବତୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ସତ୍ରୀୟ ନୃତ୍ୟଶିଳ୍ପୀ ଅଞ୍ଜନାମୟୀ ସାଇକିଆଙ୍କୁ ଶ୍ରୀଜୟଦେବ ରାଷ୍ଟ୍ରୀୟ ସମ୍ମାାନ ଏବଂ ବିକ୍ରମ ଗୌଡ଼ ବଥିନାଙ୍କୁ ଜୟଦେବ ସମ୍ମାନ ପ୍ରଦାନ କରାଯାଇଛି। ବିଧାୟକ ଦେବୀପ୍ରସାଦ ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ବର୍ଧିତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବାସୁଦେବ ଭଟ୍ଟ ଏବଂ ନିର୍ଦେଶକ ଜଗବନ୍ଧୁ ଜେନା ଉପସ୍ଥିତ ଥିଲେ। ଶେଷ ସନ୍ଧ୍ୟାରେ ଅଞ୍ଜଳି ପ୍ରସାଦ ଓଡ଼ିଶୀ ନୃତ୍ୟରେ ବସନ୍ତ ଋତୁର ବର୍ଣ୍ଣନା କରିଥିଲେ। ଯଶୋମତି ମିଶ୍ର ଦଶାବତାରକୁ ନୃତ୍ୟରେ ଭେଟି ଦେଇଥିବା ବେଳେ ତେଜଶ୍ରୀ ବଥିନା କୁଚିପୁଡ଼ି ନୃତ୍ୟରେ ଶିବ ବନ୍ଦନା ପ୍ରସ୍ତୁତ କରିଥିଲେ। ଏଥିସହ ମନୋରଂଜନ ପ୍ରଧାନ, ମିନତି ପ୍ରଧାନ, ତୁଳିକା ତ୍ରିପାଠୀ, ମଉମିତା ପାଲ୍ ଓଡ଼ିଶୀ, ସୁଜନ କଲାକୋଟା କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ।
ସରିଲା ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ
ମନୋରଂଜନଙ୍କୁ ଜୟଦେବ, ମିନତିଙ୍କୁ ପଦ୍ମାବତୀ ସମ୍ମାନ
/sambad/media/post_attachments/wp-content/uploads/2019/06/Untitled-19-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)