ଖଣ୍ଡଗିରି: ସ୍ଥାନୀୟ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍-୩ରେ ରହୁଥିବା ଜଣେ ଯୁବକଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ, ସୟଦ୍ ରଜକ୍ ଅଲ୍ଲୀ ଓରଫ୍ ବାପି। ଚୋରି ଡକାୟତି ଭଳି ବହୁ ସଂଗିନ୍ ମାମଲାରେ ଜଡ଼ିତ ବାପିର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ସରଗରମ ଚର୍ଚ୍ଚା ଚାଲିଛି। କାରଣ ବାପିର ମୃତଦେହକୁ ଟାଣି ନିଆଯାଉଥିବା ଫଟୋ ମୋବାଇଲ୍ରେ ଭାଇରାଲ୍ ହୋଇଛି, କିନ୍ତୁ ପ୍ରକୃତ ସତ୍ୟ କ’ଣ, ତାହା ସ୍ପଷ୍ଟ ହୋଇନାହିଁ। ଏମିତିକି ସେ କେଉଁଠି ମରିଛି ଓ କେଉଁଠି ତାର ମୃତଦେହକୁ କବର ଦିଆଯାଇଛି, ମୃତଦେହକୁ କବର ଦିଆଯାଇଛି କି ପୋଡ଼ି ଦିଆଯାଇଛି, ତାହା ମଧ୍ୟ ରହସ୍ୟ ହୋଇ ରହିଛି। ପରିବାର ଲୋକେ ଏ ନେଇ ମୁହଁ ଖୋଲୁ ନ ଥିବାରୁ ରହସ୍ୟ ଅଧିକ ଘନୀଭୂତ ହୋଇଛି। ଦୁଇଦିନ ହେଲା ବାପିର ମୃତଦେହ ଫଟୋ ଭାଇରାଲ୍ ହୋଇଛି। ଗୋଟିଏ ଫଟୋରେ ତାର ଉଲଗ୍ନ ଦେହକୁ ଘୋଷାରି ନିଆଯାଉଛି ଓ ଅନ୍ୟଟିରେ ବେକରେ ଗାମୁଛା ବାନ୍ଧି ଟଣାଯାଉଛି। ତେବେ ଫଟୋରେ ଅନ୍ୟମାନଙ୍କ ଗୋଡ଼ କେବଳ ଦୃଶ୍ୟମାନ ହେଉଛି। ତେଣୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନି ହେଉନାହିଁ କି ଉକ୍ତ ସ୍ଥାନଟି କେଉଁଠି ଜଣାପଡ଼ୁନାହିଁ। ବାପିର ନିଜ ଘର ସ୍ଥାନୀୟ ରଘୁନାଥନଗରରେ। କିନ୍ତୁ ତା’ ବାପାଙ୍କ ଦ୍ୱିତୀୟ ବିବାହ ପରେ ଦୀର୍ଘ ବର୍ଷ ହେବ ସେ ଘର ଛାଡ଼ି ଦେଇ ଡୁମୁଡୁମା ହାଉସିଂବୋର୍ଡରେ ରହି ଆସୁଥିଲା। ଚୋରି, ଡକାୟତି କରିବା ତାର ପେସା ପାଲଟି ଯାଇଥିଲା। ବାରମ୍ବାର ଖଣ୍ଡଗିରି ଥାନା ପୁଲିସ ତାକୁ ଗିରଫ କରିବା ପରେ ସେ ଭୁବନେଶ୍ୱର ଛାଡ଼ି ଯାଜପୁର କିମ୍ବା ମାଲକାନଗିରି ଅଞ୍ଚଳରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରି ରହୁଥିଲା। ବାପିର ମୃତ୍ୟୁ ନେଇ ଖଣ୍ଡଗିରି ଥାନାରେ କୌଣସି ଖବର ନାହିଁ। ପରିବାର ଲୋକେ କଥା ଲୁଚାଉଥିବା ନେଇ ଆଲୋଚନା ହେଉଛି।
ଯୁବକଙ୍କ ରହସ୍ୟଜନକ ମୃତ୍ୟୁ
/sambad/media/post_attachments/wp-content/uploads/2018/08/khandagiri-dead-body.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)