ଭୁବନେଶ୍ୱର: ‘ନୃତ୍ୟଶାଳା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନୃତ୍ୟଉତ୍ସବ ‘ମାର୍ଗୀ’ ଉଦ୍‌ଯାପିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା, ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ, ଛଉନୃତ୍ୟ ଗୁରୁ ସଦାଶିବ ପ୍ରଧାନ, ନାଟ୍ୟଗୁରୁ ପ୍ରଦୀପ ମିଶ୍ର, ନୃତ୍ୟଶାଳା ନିର୍ଦ୍ଦେଶକ ଗୁରୁ ଅଶୋକ କୁମାର ଘୋଷାଲ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପୀ ଦୀପ୍ତିପ୍ରକାଶ ଚମ୍ପତି ଓ ସଂଜନା ଗୌଡ଼ଙ୍କ ଦ୍ୱୈତନୃତ୍ୟରେ ଦେବୀଙ୍କ ଦଶ ମହାବିଦ୍ୟାକୁ ପ୍ରଦର୍ଶନ କରାଯାଇଥିଲଶ। ଏହି ନୃତ୍ୟକୁ ଗୁରୁ ନିରଞ୍ଜନ ରାଉତ ନିର୍ଦ୍ଦେଶନା ଦେଇଥିଲେ। ଶେଷରେ ନୃତ୍ୟଶାଳା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ନୃତ୍ୟ ନାଟିକା ‘ଯଶୋଧାରା’ ପରିବେଷିତ ହୋଇଥିଲା। ଏହାର ପରିକଳ୍ପନା ଓ ନୃତ୍ୟ ସଂଯୋଜନା ଗୁରୁ ଅଶୋକ କୁମାର ଘୋଷାଲ କରିଥିଲେ। ଏହାର ସଙ୍ଗୀତ ଗୁରୁ ସୁକାନ୍ତ କୁମାର କୁଣ୍ଡୁ କରିଥିବା ବେଳେ ବାଦ୍ୟ ସଂରଚନା ନିରଞ୍ଜନ ପାତ୍ର କରିଥିଲେ। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।