ନିଲାମ ହେଲା ମରୀଚିକୁଣ୍ଡ ପାଣି

ପୁରୁଣା ଭୁବନେଶ୍ବର: ରାତି ପ୍ରାୟ ୧୧.୫୦ଟାରେ ମରୀଚିକୁଣ୍ଡ ପାଣି ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା। ଏହା ପରେ ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡ ପାଣି ନିଲାମ ହୋଇଥିଲା। ପ୍ରଥମ କଳସ ପାଣିକୁ ୩୦ ହଜାର ଟଙ୍କାରେ  ଭୁବନେଶ୍ୱର ବାସିନ୍ଦା ମାଳତୀ ସୋରେନ୍‌ ନିଲାମ ଧରିଥିବା ବେଳେ ଦ୍ୱିତୀୟ କଳସ ପାଣିକୁ ୧୬ ହଜାର ଟଙ୍କାରେ  ଭୁବନେଶ୍ୱର ବାସିନ୍ଦା ଶୀତଳ ରାଉତ ନିଲାମ ନେଇଛନ୍ତି। ସେହିପରି ତୃତୀୟ ଗରା ପାଣିକୁ ୮,୦୦୦ ଟଙ୍କାରେ  ଅନୁଗୁଳ ବାସିନ୍ଦା ଅଞ୍ଜଳି ପ୍ରଧାନ ନିଲାମ ନେଇଛନ୍ତି। ବିଧି ଅନୁସାରେ ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ସୂଚନାଯୋଗ୍ୟ ଯେ, ପୂର୍ବବର୍ଷ ପ୍ରଥମ କଳସ ୧ ଲକ୍ଷ ୫୩ ହଜାରରେ ନିଲାମ ହୋଇଥିଲା।

ସମ୍ବନ୍ଧିତ ଖବର