ଭୁବନେଶ୍ବର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ କଷ୍ଟମ୍ସ୍ ବିଭାଗ ଦ୍ଵାରା ଏହା ଜବତ ହୋଇଛି । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ବ୍ୟାଙ୍କକରୁ ଏହି ମାରିଜୁଆନା ଆସୁଥିଲା। ଜଣେ ଯୁବକଙ୍କୁ ଅଟକ ରଖି ଏନେଇ କଷ୍ଟମ୍ସ ଏୟାର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ପଚରାଉଚରା କରାଯାଉଛି ।
ଅଧିକ ପଢ଼ନ୍ତୁ:ଘୁ.ଉଦୟଗିରିରେ ୩ ଦିନ ଧରି ତୁଷାରପାତ ଜାରି: ତାପମାତ୍ରା ୫ ଡିଗ୍ରିକୁ ଖସିଲା
ପ୍ରାୟ ୧୫ ଦିନ ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରୁ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ଏହି ଦାମୀ ନିଶା ଦ୍ରବ୍ୟ ଆସିଥିଲା।
ସେତେବେଳେ ଏନେଇ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟ ୱେ ପାଲଟିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ୍ ନେଇ କଷ୍ଟମ୍ସ ବିଭାଗ ଖୋଳତାଡ଼ ଚଳାଇଛି।
ଅଧିକ ପଢ଼ନ୍ତୁ: ୧୬୧ ଦିନ ପରେ କୋଲକାତା 'ନିର୍ଭୟା'ଙ୍କୁ ନ୍ୟାୟ: ସଞ୍ଜୟ ରାୟ ଆର.ଜି କର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ