ଭୁବନେଶ୍ବର: ଆଗକୁ ଲକଡାଉନ ଥିବା ହେତୁ ମଦଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିଛି।। ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଲୋକ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବି ଗହଳି କରୁଥିବା ଦେଖିବାକୁ ମିଳିଛି ।
କେବଳ ମଦ ଦୋକାନ ନୁହେଁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡ । ରାସନ ଦୋକାନ, ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି । ଲକଡାଉନ ପୂର୍ବରୁ ସମସ୍ତ ପ୍ରକାର ସଉଦାପତ୍ର କିଣି ଘରେ ମହଜୁଦ ରଖିବାକୁ ଚାହୁଁଛନ୍ତି ଲୋକ । ଯଦିଓ ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି, ତା ସତ୍ତ୍ୱେ ଲୋକଙ୍କ ଭିଡ ଜମିଛି ।
ଖାଲି ରାଜଧାନୀ ଭୁବନେଶ୍ୱର କି କଟକ ନୁହେଁ, ସମ୍ବଲପୁରରେ ବି ଦେଖିବାକୁ ମିଳିଛି ନାହିଁନଥିବା ଭିଡ । ସହରର ମୋଦିପଡା, ଗୋଲବଜାର, ଗୋବିନ୍ଦତୋଲା ଅଂଚଳରେ ଲୋକଙ୍କ ଭିଡ ଶୀତଳଷଷ୍ଠୀର ଭ୍ରମ ସୃଷ୍ଟି କରିଛି । ପୁରୀର ବିଭିନ୍ନ ବଜାରରେ ବି ଲୋକେ କରୋନା କଟକଣାକୁ ମାନିନାହାନ୍ତି । ଲାଗୁଛି ଯେମିତି ପ୍ରଶାସନ ହାତ ଟେକିଦେଇଛି । ସେପଟେ ଖୋର୍ଦ୍ଧାରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୫୧ରୁ ଅଧିକ ଦୋକାନ ସିଲ ହୋଇଛି । ପୁଲିସ ଓ ପ୍ରଶାସନ ଚଢାଉ କରି ଏହି ପଦକ୍ଷେପ ନେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/OTS-5-750x430-1.png)