କଠୋର ହେଲା ବିଏମସି, ୪୮ ଘଣ୍ଟା ପାଇଁ ସିଲ ହେଲା ମାର୍କେଟ୍ ବିଲଡିଂ

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୦୪୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରେ  ଲୋକମାନେ କୋଭିଡ କଟକଣାକୁ ମାନୁନଥିବାରୁ ସତର୍କ ହୋଇଉଠିଛି ବିଏମସି । କୋଭିଡ ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବରର ପ୍ରମୁଖ ବ୍ୟବସାୟସ୍ଥଳୀ ମାର୍କେଟ ବିଲଡିଂକୁ ୪୮ ଘଣ୍ଟା ପାଇଁ ସିଲ କରିଛି ବିଏମସି ଓ କମିଶନରେଟ୍ ପୁଲିସ ।

ମାର୍କେଟ ବିଲଡିଂକୁ ଯାଉଥିବା ଲୋକମାନେ କଟକଣା ମାନୁନଥିବାରୁ ବିଏମସି ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି । ଭୁବନେଶ୍ବର ଡିସିପି ଓ ବିଏମସିର ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ ବିଲଡିଂକୁ ସିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ବର ମହାନଗର ଅଞ୍ଚଳରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୨୫ଟି ସ୍ଥାନୀୟ ସଂକ୍ରମଣ ।

ଭୁବନେଶ୍ବରରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ସତ୍ତ୍ବେ ଲୋକମାନେ ସଚେତନ ହେଉନାହାନ୍ତି ଓ ଠିକଭାବେ ନିୟମ ପାଳନ କରୁନାହାନ୍ତି । ଏପରି ସ୍ଥିତି ଜାରି ରହିଲେ ଆମେ କଡ଼ା ପଦକ୍ଷେପ ନିଆଯିବାକୁ ବାଧ୍ୟ ହେବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଆଜି ସତର୍କ କରାଇଦେଇଥିଲେ ।

ସମ୍ବନ୍ଧିତ ଖବର