ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶନିବାର ଶୀତଳଷଷ୍ଠୀ। ଏହି ଯାତ୍ରାରେ ଶ୍ରୀକପିଳନାଥ ମହାପ୍ରଭୁ ଆସୁ ନଥିବାରୁ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ନଚେତ ଶିବ ବିବାହ ଦିନ ଅପରାହ୍ନ ୫ଟାରୁ ନୀତିରେ ଅସହଯୋଗ କରାଯିବ ବୋଲି ସେ କହିଛନ୍ତି। ଏହି ପରମ୍ପରା ଭଙ୍ଗ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ କିଛି କହିବାକୁ ମନା କରିଛନ୍ତି।
ପୁଣି ହୋଇପାରେ ଶିବ ବିବାହରେ ପରମ୍ପରା ଭଙ୍ଗ
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନହେଲେ ନୀତିରେ ଅସହଯୋଗ କରିବ ବ୍ରାହ୍ମଣ ନିଯୋଗ
/sambad/media/post_attachments/wp-content/uploads/2019/06/Lingaraj_temple_Bhubaneswar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)