ଭୁବନେଶ୍ବର, ୨୯।୩(ଇମିସ): ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ୭୯ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ଯୋଗ ଦେଇ କହିଲେ, ସ୍ବାଧୀନତା ଆନ୍ଦୋଳନରେ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ବିରଳ ନେତୃତ୍ବମାନ ଗଢ଼ି ଉଠିଥିଲା। ଏହାର ଜ୍ବଳନ୍ତ ଉଦାହରଣ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳର ଲକ୍ଷ୍ମଣ ନାୟକ। ଦେଶ ମାତୃକା ପାଇଁ ଲଢ଼ି ପ୍ରାଣବଳି ଦେଇଥିବା ଲକ୍ଷ୍ମଣ ନାୟକ ସବୁବେଳେ ଆମର ଚିରନମସ୍ୟ ହୋଇ ରହିବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁସଚିବ ଲକ୍ଷ୍ମୀଧର ବେହେରା, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ଭୁବନେଶ୍ବର ସଂଯୋଜକ ସତ୍ୟବ୍ରତ ଜେନା, ମନୋରଞ୍ଜନ ନାୟକ, କରନ ଦୁର୍ଗା, ଡ. ଜୀବନ ଦୀକ୍ଷିତ, ଶୀତଳ ଚରଣ ମହାନ୍ତି ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା ଉପସ୍ଥିତ ଥିଲେ। ବିଏମସି ଓ୍ବାର୍ଡ ନଂ. ୧୬ର ନବନିର୍ବାଚିତ କର୍ପୋରେଟର ଅଚ୍ୟୁତାନନ୍ଦ ସ୍ବାଇଁ ଓ ଓ୍ବାର୍ଡ ନଂ. ୩୦ର କର୍ପୋରେଟର ରାଜକିଶୋର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ସହିଦ ଲକ୍ଷ୍ମଣ ନାୟକଙ୍କ ୭୯ତମ ବଳିଦାନ ଦିବସ
/sambad/media/post_attachments/wp-content/uploads/2022/03/32-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)