ସେନା ଚାକିରି ଆଶାୟୀଙ୍କ ପାଇଁ ବିଏମ୍‌ସିର ରହଣୀ ବ୍ୟବସ୍ଥା, ମାରୱାଡି ସମାଜ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ

ଭୁବନେଶ୍ବର: ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିଅନ ପକ୍ଷରୁ ରାଜଧାନୀରେ ଚାଲିଥିବା ନିଯୁକ୍ତି ରାଲି ପାଇଁ ଏବେ ରାଜ୍ୟ ବାହାରର ପ୍ରାୟ ୧୦ହଜାର ଆଶାୟୀ ଭୁବନେଶ୍ବରରେ ଡେରା ପକାଇଛନ୍ତି। ସେମାନଙ୍କ ରହଣୀ ପାଇଁ ବିଏମ୍‌ସି ପକ୍ଷରୁ ୟୁନିଟ-୮ କମ୍ୟୁନିଟି ସେଣ୍ଟର, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର, ୟୁନିଟ-୬ କଲ୍ୟାଣ ମଣ୍ଡପ, ବଡ଼ଗଡ଼ କଲ୍ୟାଣ ମଣ୍ଡପ, ଭିଏସ୍‌ଏସ୍‌ ନଗର ଏବଂ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, କଟକରୋଡ ସ୍ଥିତ ଯାତ୍ରୀନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଅଂଚଳରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପୁରୁଣା ଏଜି କଲୋନିରେ ପ୍ରାୟ ୫୦ହଜାର ବର୍ଗଫୁଟ ଅଞ୍ଚଳରେ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ସେଥିରେ ୪୦ଟି ଅସ୍ଥାୟୀ ଶୌଚାଳୟ ଏବଂ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଆଜି ମାରୱାଡି ସମାଜ ପକ୍ଷରୁ ଏହି ଶିବିରରେ ଆଶାୟୀ ପ୍ରାର୍ଥୀମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟା ଯାଇଛି।

ସମ୍ବନ୍ଧିତ ଖବର