ବାଧ୍ୟତାମୂଳକ ହେଲା ମାସ୍କ : ପ୍ରଥମ ଦିନରେ ସଚେତନ କଲେ, ଆଜିଠାରୁ ତନାଘନା

ଭୁବନେଶ୍ବର : ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମ ଆଜିଠାରୁ ଲାଗୁ ହୋଇଛି। ଯିଏ ନ ପିନ୍ଧିବ, ଜରିମାନା ଦେବ। ତେବେ ଆଜି ପ୍ରଥମ ଦିନ ହୋଇଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଲୋକମାନଙ୍କୁ କେବଳ ସଚେତନ କରାଯାଇଛି। ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେମାନଙ୍କୁ ସଚେତନ କରାଯିବା ସହ ପୁଲିସ ପକ୍ଷରୁ ମାଗଣାରେ ମାସ୍କ ମଧ୍ୟ ବଣ୍ଟନ କରାଯାଇଛି। ରାଜମହଲ, କଳ୍ପନା, ଶିଶୁଭବନ ପ୍ରଭୃତି ଜାଗାରେ କମିସନରେଟ୍‌ ପୁଲିସ ପକ୍ଷରୁ ଜରୁରୀକାଳୀନ ସେବାରେ ବାହାରିଥିବା ପ୍ରାୟ ଶହେରୁ ଦେଢ଼ଶହ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି। ତେବେ ଆସନ୍ତାକାଲି(ଶୁକ୍ରବାର)ଠାରୁ ଏହାକୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି।

ଆଜିଠାରୁ ମାସ୍କ କଡ଼ାକଡ଼ି ନେଇ ଘୋଷଣା ହେବା ପରେ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରତି ଛକରେ ପୁଲିସ କର୍ମଚାରୀ ଲୋକମାନଙ୍କୁ ମାସ୍କ ନେଇ ସଚେତନ କରୁଥିଲେ। ତେବେ ଆସନ୍ତାକାଲିଠାରୁ କଡ଼ାକଡ଼ି ହେବା ପରେ ଜରିମାନା କରାଯିବ। ଅପରାଧ ବାରମ୍ବାର ହେଲେ ଜରିମାନା ଅର୍ଥ ବଢ଼ିବାକୁ ଥିବାରୁ ଏହି ଉଲ୍ଲଂଘନକାରୀଙ୍କୁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ କରାଯିବ। ଅପରାଧର ପୁନରାବୃତ୍ତି ଘଟିଲେ ଉଲ୍ଲଂଘନକାରୀ ଧରାପଡ଼ିବା ସହ ଜରିମାନା ଅର୍ଥ ନିୟମ ମୁତାବକ ଆଦାୟ କରାଯିବ।

ସମ୍ବନ୍ଧିତ ଖବର