ଜିଆଇଇଟି ଘଙ୍ଗାପାଟଣାରେ ରାଜମିସ୍ତ୍ରି କର୍ମଶାଳା

ଭୁବନେଶ୍ୱର : ‘ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏକ୍ସିଲେଣ୍ଟ୍‌ ଟେକ୍‌ନୋକ୍ରାଟସ୍‌’ ପରିସରରେ ରାଜମିସ୍ତ୍ରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ରାଜମିସ୍ତ୍ରିମାନଙ୍କର କାର୍ଯ୍ୟ କୁଶଳତାକୁ ବଢ଼ାଇବା ପାଇଁ ଅଲ୍‌ଟ୍ରାଟେକ୍‌ ସିମେଣ୍ଟ୍‌ କମ୍ପାନି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପରେ ପ୍ରଯୁକ୍ତି ମୁଖ୍ୟ ଶ୍ୟାମସୁନ୍ଦର ମିଶ୍ର ବିଭିନ୍ନ ଆଧୁନିକ ଜ୍ଞାନକୌଶଳ ବିଷୟରେ ସୂଚନା ପ୍ରଦାନ କରିଥିଲେ। କମ୍ପାନିର ସେଲ୍ସ ମୁଖ୍ୟ ବିକ୍ରମ କୁମାର ସାହୁ ରାଜମିସ୍ତ୍ରିମାନଙ୍କର ନୂତନ ଜ୍ଞାନ ଗ୍ରାମାଭିମୁଖୀ ତଥା ଲୋକାଭିମୁଖୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ସତ୍ୟପ୍ରକାଶ ଦାସ ଅଲ୍‌ଟ୍ରାଟେକ୍‌ କମ୍ପାନିର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରଫେସର ସ୍ନେହାଶିଷ ସୂତାର ଲାବରେଟୋରିରେ ଅତ୍ୟାଧୁନିକ ଯନ୍ତ୍ରପାତିରେ କଙ୍କ୍ରିଟ୍‌ର ଉପାଦେୟତାକୁ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନର ଭାଇସ୍‌ ଚେୟାର୍‌ମ୍ୟାନ୍‌ ଇଂ ରାମନାରାୟଣ ସାବତ ଏବଂ କମ୍ପାନି ତରଫରୁ ଆଞ୍ଚଳିକ ମୁଖ୍ୟ (ପ୍ରଯୁକ୍ତି) ଶାନ୍ତନୁ ଅଧିକାରୀ, ବାଣିଜ୍ୟ ମୁଖ୍ୟ ସୌମେନ୍ଦ୍ର ମହାପାତ୍ର, ଜୁନିୟର ଇଞ୍ଜିନିୟର ରାଜେଶ ପରିଡ଼ା, ରାଜକୁମାର ପ୍ରଧାନ, ରଶ୍ମିରଞ୍ଜନ ନାୟକ, ରେଜିଷ୍ଟ୍ରାର୍‌ ଉତ୍କଳ ରଞ୍ଜନ ଦାସ, ପ୍ଲେସ୍‌ମେଣ୍ଟ୍‌ ମୁଖ୍ୟ ସୁମିତା ପାମୀ, ଡିଜିଏମ୍‌ ହେମଚନ୍ଦ୍ର ଜେନା, ସିଭିଲ୍‌ ଡିପାର୍ଟମେଣ୍ଟ୍‌ର ଅଧ୍ୟାପକ/ଅଧ୍ୟାପିକା କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ।

ସମ୍ବନ୍ଧିତ ଖବର